|
logo
Live
Argus News App
GET APP

Argus News - ଏଥର ବାଲିଯାତ୍ରାକୁ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ !

Odisha

Historic Baliyatra Cuttack / ଏଥର ବାଲିଯାତ୍ରାକୁ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ !

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·3 min read
ଏଥର ବାଲିଯାତ୍ରାକୁ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ !

Key Points

ମୁଖ୍ୟମନ୍ତ୍ରୀ ମୋହନ ମାଝି ଏଥର ବାଲିଯାତ୍ରାର ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବାରୁ ତାଙ୍କୁ ମଧ୍ୟ ଏହି ବୋର୍ଟ କ୍ଲବରୁ ସ୍ଵତନ୍ତ୍ର ବୋର୍ଟରେ ଗଡ଼ଗଡ଼ିଆ ଘାଟକୁ ନିଆଯିବ।

ବୁଧବାର ଉଦ୍‌ଘାଟିତ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଚୁଡ଼ାନ୍ତ ହୋଇ ସାରିଛି ପ୍ରସ୍ତୁତି। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଯୋଗଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେଳାକୁ ଉଦଘାଟନ କରିବେ। ସମସ୍ତ ଅତିଥି ସିଲଭର ସିଟି ବୋର୍ଟ କ୍ଲବରୁ ବୋର୍ଟରେ ଗଡଗଡିଆ ଘାଟକୁ ଆସିବେ। ସେଠାରୁ ବାଲିଯାତ୍ରା ଉଦଘାଟନୀ ସମାରୋହରେ ଯୋଗଦେବେ। ଅନ୍ୟପକ୍ଷରେ ଏଥର ଦେଶ ବିଦେଶର କଳାକାର ଦୁଇଟି ମଞ୍ଚରେ ସେମାନଙ୍କର କଳା, ନୃତ୍ୟ ତଥା ସଂଗୀତ ପରିବେଷଣ କରିବେ। ଏଥିପାଇଁ ଦୁଇଟି ଯାକ ମଞ୍ଚ ପ୍ରସ୍ତୁତ ହୋଇ ସାରିଲାଣି ।

ବୁଧବାର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣମୀ ସଂଧ୍ୟାରେ ଉଦଘାଟିତ ହେବ ଐତିହାସିକ କଟକ ବାଲିଯାତ୍ରା ୨୦୨୫ । ଏଥିପାଇଁ ନୌକା ଗେଟଠାରୁ ଆରମ୍ଭ କରି ପୁରା ମେଳା ପଡ଼ିଆ ସଂସ୍କୃତିକ ମଞ୍ଚ ସାଜସଜ୍ଜା କାମ ପ୍ରାୟତଃ ସରିଲାଣି । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆରେ ପହଞ୍ଚି ଷ୍ଟଲ ତିଆରି ଓ ସାଜସଜ୍ଜା କାମ ଜୋରସୋର କରୁଛନ୍ତି।

ଏହାସହ କଟକ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବେ। ଜିଲ୍ଲା ପ୍ରଶାସନ ଏବେ ବାଲିଯାତ୍ରାକୁ ଅତିଥି ଭାବେ ଆସୁଥିବା ରାଷ୍ଟ୍ରଦୂତଙ୍କୁ ଭଲ ଆତିଥ୍ଯ ଦେବା ପାଇଁ ସୁନ୍ଦର ପ୍ରସ୍ତୁତି କରିଛି। ଅତିଥିମାନେ ସିଲଭର ସିଟି ବୋଟ କ୍ଳବରୁ ବୋର୍ଟରେ ବାଲିଯାତ୍ରା ପଡ଼ିଆକୁ ଯିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏଥର ବାଲିଯାତ୍ରାର ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବାରୁ ତାଙ୍କୁ ମଧ୍ୟ ଏହି ବୋର୍ଟ କ୍ଲବରୁ ସ୍ଵତନ୍ତ୍ର ବୋର୍ଟରେ ଗଡ଼ଗଡ଼ିଆ ଘାଟକୁ ନିଆଯିବ।

ସେପଟେ ବାଲିଯାତ୍ର ପୂର୍ବରୁ ମେଳା ପଡ଼ିଆରେ ପୋଲିସ କମିଶନରଙ୍କ ସହ ଅତିରିକ୍ତ ପୋଲିସ କମିଶନର କଟକ ଡିସିପି ମେଳା ପଡ଼ିଆ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପଡ଼ିଆରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯିବ। ଶୃଙ୍ଖଳିତ ଟ୍ରାଫିକ ପରିଚାଳନା କରାଯିବ। ଭିଡ଼ ନିୟନ୍ତ୍ରଣ ଉପରେ ସ୍ଵତନ୍ତ୍ର ଫୋକସ କରାଯିବା ସହ ବଞ୍ଜାରାଙ୍କ ଉପରେ କଡ଼ା ନଜର ରଖାଯିବା ସହ ପୁରା ପଡ଼ିଆ ସିସିଟିଭି ନଜରରେ ରହିବ ବୋଲି କହିଛନ୍ତି ପୋଲିସ କମିଶନର।

ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ । ବିଶେଷ କରି ଚଳିତ ଥର ବାଲିଯାତ୍ରାରେ ଆନାମରଫିକ 3D ସ୍କ୍ରିନ, ଏକ୍ସପେରିଏନ୍ସ ଜୋନ, ଇଲେକ୍ଟ୍ରିକ ଢୋଲ, ଭିନଟେଜ କାର ପ୍ରଦର୍ଶନ, କଟକ ପ୍ରସିଦ୍ଧ ତାରକସୀ ଗ୍ୟାଲେରୀ, 5D ଥିଏଟରର ମଜା ସହ ମହାନଦୀରେ ଚିତ୍ତାକର୍ଷକ ଜଳକ୍ରୀଡ଼ା ଏବଂ ଲେଜର ଲାଇଟ୍‌ ଶୋ ଦେଖିବାକୁ ପାଇବେ ଦର୍ଶକ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ, ରୋଇଂ, କ୍ୟାନୋ ଏବଂ କାୟାକିଂ ଭଳି ବିଭିନ୍ନ ଜଳକ୍ରୀଡ଼ାର ମଜା ନେଇପାରିବେ ବାଲିଯାତ୍ରାକୁ ଆସୁଥିବା ଦର୍ଶକ। ତେବେ ଚଳିତ ବର୍ଷ ୩ ଦିନ ଧରି ମହାନଦୀ ପାଣିରେ ହେବ ଲେଜର ଲାଇଟ ଶୋ । 

ଏଥର ସବୁଠାରୁ ଆକର୍ଷଣୀୟ ପାଲଟିବ କଟକ ଇନ୍ କଟକ। ଓଡ଼ିଆ ଭାଷା ଓ ସାହିତ୍ୟ ଥିମରେ କଟକ ଇନ୍ କଟକ ସଜେଇ ହେଉଥିବା ବେଳେ ଦିଆଯାଉଛି ଶେଷ ସ୍ପର୍ଶ। ଏହି ପାଭିଲିଆନରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ। ଯେଉଁଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେବେ। ନିଜ ଭାଷା ଓ ସାହିତ୍ୟକୁ ଚିହ୍ନିବା, ତାକୁ ଅଧିକ ପ୍ରଚାର ପ୍ରସାର କରିବା ଦିଗରେ କାମ କରିବ ଏହି ମଞ୍ଚ । ଅନ୍ୟପଟେ କଟକ ଇନ କଟକରେ ବାଲୁକା କଳାରେ ପାରମ୍ପରିକ ବୋଇତର ମଧ୍ୟ ପ୍ରସ୍ତୁତି ଚାଲିଛି । ୩୦ ଫୁଟ ଚଉଡ଼ା ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ହେବ ବାଲୁକା ବୋଇତ। ଏବେ ଅପେକ୍ଷା ଦର୍ଶକଙ୍କୁ କେତେ ଆକୃଷ୍ଟ କରୁଛି ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historic Baliyatra Cuttack: ଏଥର ବାଲିଯାତ୍ରାକୁ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ! | Argus News