Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫

Odisha

Historic Baliyatra Cuttack / ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫

Ritu Das
Browse all articles by Ritu Das
·8 months ago·1 min read
ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫

Key Points

ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା ।

ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା । ଉପର ବାଲିଯାତ୍ରା ପଡ଼ିଆରେ ହେବନି ବାଲିଯାତ୍ରା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି । କେବଳ ତଳ ପଡ଼ିଆରେ ହେବ ଚଳିତ ବର୍ଷର ବାଲିଯାତ୍ରା । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା ।


ବାଲି ଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । ଗତ ମାର୍ଚ୍ଚ ମାସରେ ଜାତୀୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିଲା ରଥଯାତ୍ରା ଓ ବାଲିଯାତ୍ରା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୫୪ତମ ସ୍ଥାନରେ ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
this-time-the-name-of-bali-yatra-will-be-historical-bali-yatra-cuttack-2025 | Argus News