Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Baragarh Dhanujatra / ଏଥର ନୂଆ ଧରଣର ଧନୁଯାତ୍ରା, ସରକାରଙ୍କର ରହିଛି ସ୍ୱତନ୍ତ୍ର ଦୃଷ୍ଟି

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଏଥର ନୂଆ ଧରଣର ଧନୁଯାତ୍ରା, ସରକାରଙ୍କର ରହିଛି ସ୍ୱତନ୍ତ୍ର ଦୃଷ୍ଟି
Baragarh Dhanujatra

Key Points

ରାଜ୍ୟ ସରକାରଙ୍କ ପକ୍ଷରୁ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନର ନିଷ୍ପତ୍ତି ନିଆଯାଇଛି ।

ଏଥର ବରଗଡ଼ର ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ତଥା ଧନୁଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ନୂଆ ଧରଣର ସାଜସଜାଠାରୁ ଆରମ୍ଭ କରି ଏଥର ମଥୁରାପୁରୀରେ ନୂଆ କଂଶ କରିବେ ରାଜ୍ । ଅନ୍ୟପଟେ ଏଥର ରାଜ୍ୟ ସରକାର ମଧ୍ୟ ଧନୁଯାତ୍ରା ପାଇଁ ସ୍ୱତନ୍ତ୍ର ଅନୁଦାନ ଅନୁମୋଦନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନର ନିଷ୍ପତ୍ତି ନିଆଯାଇଛି ।

ଏହାସହ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ ବୋଲି ଘୋଷଣା କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୨୪ରୁ ଧନୁଯାତ୍ରା ଆରମ୍ଭ ହୋଇ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ । LED ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ସିଧାପ୍ରସାରଣ କରାଯିବାର ନିଷ୍ପତ୍ତି ନିଆଯାଇଛି । ବରଗଡ଼ ସହରର ପ୍ରମୁଖ ପ୍ରବେଶ ଦ୍ୱାରରେ ଧନୁଯାତ୍ରା ଥିମ୍‌ର ଗେଟ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସ୍ଥିର ହୋଇଛି । ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡ଼କୁ ସ୍ୱତନ୍ତ୍ର ଟୁରିଷ୍ଟ ବସ୍‌ ଚଳାଚଳ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅନ୍ୟପଟେ ଏଥର ଧନୁଯାତ୍ରା ପାଇଛି ନୂଆ କଂସ । ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ନୂଆ କଂସ ମହାରାଜା ସୁଶୀଲ କୁମାର ମେହେର । କଂସ ଚୟନ ପ୍ରକିୟା ଶେଷ ପରେ ଧନୁଯାତ୍ରା କମିଟି ତରଫରୁ ଫଳାଫଳ ଘୋଷଣା ହୋଇସାରିଛି । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘୋଷଣା କରିଥିଲେ ଧନୁଯାତ୍ରା ମହୋତ୍ସବ ସମିତିର ଉପ ସଭାପତି ମହେନ୍ଦ୍ର ମହାପାତ୍ର ।

ସେହିପରି ମୁଷ୍ଟିକ ଭୂମିକାରେ ଆସିବେ ପ୍ରଭାସ କୁମାର ତ୍ରିପାଠୀ, ଚାଣୁର ଭୂମିକାରେ ହିମାଂଶୁ ସାହୁ, ଉଗ୍ରସେନ ଭୂମିକାରେ ଆର୍ତ୍ତତ୍ରାଣ ମହାପାତ୍ର, ନାରଦ ଭୂମିକାରେ କାମରାଜ ଭୋଇ, ବାସୁଦେବ ଭୂମିକାରେ ମନୋଜ ସାହୁ, ଅକ୍ରୁର ଭୂମିକାରେ ଜଗନ୍ନାଥ ସାହୁ, ସାର୍ତ୍ତକୀ ଭୂମିକାରେ ଜଗବନ୍ଧୁ ମହାଲିଙ୍ଗ, ସେନାପତି ଭୂମିକାରେ ଅମ୍ବାଭୋନାର ହେମନ୍ତ ପ୍ରଧାନ, ମହାମନ୍ତ୍ରୀ ଭୂମିକାରେ ଗୁଲାବ ଚନ୍ଦ୍ର ଦାଶଙ୍କୁ ଚୟନ କରାଯାଇଛି ।

ସେପଟେ ଦୁଲୁକୁଛି ଧନୁଯାତ୍ରାର ଆଖଡ଼ା ଶାଳ । ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ରାଜ ଦରବାର, ବସୁଦେବ - ଦେବକୀଙ୍କ ବିବାହ, ଯୁବରାଜ କଂସଙ୍କ ଆଗମନ, ଦୈବୀବାଣୀକୁ ଅଭ୍ୟାସ କରୁଛନ୍ତି କଳାକାର । ପ୍ରତିଟି ଦୃଶ୍ୟ କେମିତି ନିଖୁଣ ଭାବେ ପ୍ରଦର୍ଶିତ କରାଯିବ ସେନେଇ ପ୍ରସ୍ତୁତ ହେଉଛନ୍ତି କଳାକାର । ନାଟ୍ୟ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି କଳାକାରଙ୍କ ଜୋରଦାର ଅଭ୍ୟାସ ।

ତେବେ ୪୪ ଜଣ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ୩୬ ଜଣ କଳାକାର ବେଶଭୂଷା, ପରିପାଟୀ ସହିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ବିଚାରକ ମଣ୍ଡଳୀଙ୍କ ସମ୍ମୁଖରେ ନିଜ ଅଭିନୟର ନିଖୁଣତା ପ୍ରଦର୍ଶନ ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ବିଚାରକଭାବେ ବରଗଡ଼ର ମିହିର କୁମାର ମେହେର, କଳାହାଣ୍ଡିର ପରମେଶ୍ଵର ମୁଣ୍ଡ, ସମ୍ବଲପୁରର ପ୍ରଦୀପ କୁମାର ପଣ୍ଡା, ଝାରସୁଗୁଡ଼ାର ସୁବାଷ ପ୍ରଧାନ ଏବଂ ଦେବଗଡ଼ର ସୁଜିତ ପାତ୍ର ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baragarh Dhanujatra | This time there is a new type of Dhanujatra, the government has a special focus | Argus News