Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ରଥଯାତ୍ରା ପାଇଁ ପୁରୀରେ ଅଭୁତପୂର୍ବ ସୁରକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏଥର ରଥଯାତ୍ରା ପାଇଁ ପୁରୀରେ ଅଭୁତପୂର୍ବ ସୁରକ୍ଷା

Key Points

ଏଥର ରଥଯାତ୍ରା ପାଇଁ ପୁରୀରେ ଅଭୁତପୂର୍ବ ସୁରକ୍ଷା
କୁମ୍ଭମେଳା ଷ୍ଟାଇଲରେ ହେବ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା
୨୭୫ଟି AI କ୍ୟାମେରା ମାଧ୍ୟମରେ ହେବ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ
ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ ହେବ କାର୍ଯ୍ୟକ୍ଷମ
ପ୍ରଥମଥର ପାଇଁ ପୁରୀକୁ ଆସିଛି ଅଗ୍ନିଶମ ବିଭାଗର କମାଣ୍ଡ ଭେଇକିଲ୍
ରଥ ଟଣା ବେଳେ ଅଘଟଣ ଏଡ଼ାଇବାକୁ ପୋଲିସ କରିଛି ମକ୍ ଡ୍ରିଲ୍

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀରୁ ଜନ୍ମ ବେଦୀକୁ ଯାତ୍ରା କରିବେ ମହାବାହୁ। ବିଶ୍ବନିୟନ୍ତାଙ୍କର ଏହି ଅଦ୍ଭୁତ ଲୀଳା ଦେଖିବାକୁ ପୁରୀରେ ଏକାଠି ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତେଣୁ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ବ୍ୟବସ୍ଥିତ କରିବା ପାଇଁ ପୋଲିସ ପକ୍ଷରୁ କରାଯାଇଛି ଅଦଭୂତ ପୂର୍ବ ବ୍ୟବସ୍ଥା। ଚଳିତ ରଥଯାତ୍ରାରେ ସର୍ବାଧିକ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବି.ଏସ.ଏଫ, ରାପିଡ ଆକ୍ସନ ଫୋର୍ସ , ବମ ସ୍କ୍ବାର୍ଡ ଓ ଡଗ୍‌ ସ୍କ୍ବାର୍ଡ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକ୍ଷମ ହେବ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଭୁବନେଶ୍ଵର- ପୁରୀ ଓ ପୁରୀ- କୋଣାର୍କ ରାସ୍ତା ସହିତ ପୁରୀ ସହରରେ ୨୭୫ ଟି AI କ୍ୟାମେରା ଲଗାଯାଇଛି। ଏଥିସହ ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍ବାର୍ଡ ଓ anti terrorist ସ୍କ୍ବାର୍ଡ ମଧ୍ୟ ମୁତୟନ ରହିବେ।

ସେପଟେ ରଥଯାତ୍ରା ପାଇଁ ଚୁଡାନ୍ତ ହୋଇଛି ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ । କୁମ୍ଭମେଳା ଷ୍ଟାଇଲରେ ଏଥର ଟ୍ରାଫିକ ନିୟନ୍ତ୍ରଣ ହେବ ।ଏକାଧିକ ସ୍ଥାନରେ ରହିବ ଭେହିକିଲ୍ ହୋଲ୍ଡିଂ ଏରିଆ । ଚଳିତ ବର୍ଷ ପ୍ରଥମକରି DIGITAL NETWORK SYSTEM ବ୍ୟବହାର କରିବ ପୋଲିସ ।10 ଟି କମ୍ୟୁନିକେସନ ସିଷ୍ଟମ ମାଧ୍ୟମରେ ଟିମ୍ ୱାଇଜ ହେବ ଟ୍ରାଫିକ ମ୍ୟାନେଜମେଣ୍ଟ ।୩୦୦ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିର କର୍ମକର୍ତ୍ତା ପ୍ରଥମକରି ନିୟୋଜିତ ହେବେ । କଣ୍ଟ୍ରୋଲ ରୁମ୍ ରୁ ନିୟନ୍ତ୍ରିତ ହେବ ସମସ୍ତ ଟ୍ରାଫିକ ବ୍ୟବସ୍ଥା । ୬ଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଜରିଆରେ ନୋ ପାର୍କିଂ ଏରିଆରୁ ବେଆଇନ ଭାବ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ଉଚ୍ଛେଦ କରାଯିବ। ୱାଚ୍ ଟାୱାର ଜରିଆରେ ନିୟନ୍ତ୍ରିତ କରାଯିବ ମୋବିଲିଟି । ଏଥିସହ VHF NETWORK SYSTEM ବ୍ୟବହୃତ ହେବ । ୮୦ ରୁ ଅଧିକ ଏଡ୍ ପୋଷ୍ଟ ରହିବ ।FLEXIBILITY ପ୍ଲାନ୍ ଅନୁସାରେ ବିଭିନ୍ନ ପଏଣ୍ଟରେ ଲୋକାଲ ଅଫିସର ମୁତୟନ ରହିବେ । ସେପଟେ ଭକ୍ତଙ୍କ ଦୁଇଚକିଆ ଓ ୪ କିଆ ଯାନ ପାଇଁ ଷ୍ଟର୍ଲିଂ ଛକ, ମାଳତିପାଟପୁର ଓ ତାଳବଣିଆରେ ହୋଇଛି ପାର୍କିଂ ବ୍ୟବସ୍ଥା ।

ସୁରକ୍ଷିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ସଵୁ ବିଭାଗ ବେଶ୍ ତତ୍ପର। ରଥଯାତ୍ରାରେ ପ୍ରଥମଥର ପାଇଁ ପୁରୀକୁ ଆସିଛି ଅଗ୍ନିଶମ ବିଭାଗର କମାଣ୍ଡ ଭେଇକିଲ୍। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯେମିତି ଅଗ୍ନିଶମ ବିଭାଗ ତ୍ୱରିତ ପଦକ୍ଷେପ ନେଇଥାଏ ଠିକ୍ ସେହିଭଳି ରଥଯାତ୍ରା ସମୟରେ ବିଭିନ୍ନ ଅଘଟଣ ଏଡାଇବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ। ପ୍ରବଳ ଖରାରେ ଭକ୍ତଙ୍କୁ ପାଣି ସିଞ୍ଚନ, ବର୍ଷା ହେଲେ ପମ୍ପ ସେଟ୍ ଦ୍ବାରା ଜଳ ନିଷ୍କାସନ, ବେଳାଭୂମିରେ ଭକ୍ତଙ୍କ ସୁରକ୍ଷିତ ସ୍ନାନ ଇତ୍ୟାଦି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଇବାକୁ ଅଗ୍ନିଶମ ବିଭାଗ ତୟାର।

ଚଳିତ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ପହଲଗାମ୍ ଆକ୍ରମଣ ପରେ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
this-time-unprecedented-security-has-been-imposed-in-puri-for-the-rath-yatra | Argus News