Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାହାସ୍ପଟ ମାରୁଥିଲା ନବୀନ ସରକାର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ବାହାସ୍ପଟ ମାରୁଥିଲା ନବୀନ ସରକାର !

ଅର୍ଗସ ବ୍ୟୁରୋ: ପୁଣି ଧରାପଡ଼ିଲା ନବୀନଙ୍କ ବାହାସ୍ପଟ । ପୁଣି ଧରାପଡ଼ିଲା ନବୀନଙ୍କ ମିଛ ବିଜ୍ଞାପନ । ଗତ ୨୪ ବର୍ଷ ଧରି ରାଜ୍ୟରେ ନବୀନଙ୍କ ସରକାର ଚାଲିଥିଲା । ଆଉ ଏହାରି ଭିତରେ ରାଜ୍ୟବାସୀଙ୍କୁ ସେ, କେତେ ଯେ ଗୋଲାପୀ ଚିତ୍ର ଦେଖାଇଛନ୍ତି ତାହା କଳ୍ପନା ବହାରେ । କାରଣ ମିଛ ଓ ପ୍ରତାରଣାରେ ରାଜ୍ୟବାସୀ ଏତେ ମାତ୍ରାରେ ଅତିଷ୍ଟ ହେଲେ ଯେ, ଶେଷରେ ତାଙ୍କୁ ସତ୍ତାରୁ ହଟାଇଲେ । ଆଉ ଏବେ ସତ୍ତାରୁ ହଟିବା ପରେ ନବୀନଙ୍କ ମିଛ ଉପରୁ ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ନୀଇତି ଆସୁଛି ନବୀନଙ୍କ ଶାସନ ବେଳର ବିକଳ ଚିତ୍ର ।

ଓଡ଼ିଶାରେ ସବୁ ଗାଁକୁ ବିଜୁଳି, ସବୁ ଗାଁକୁ ପାଣି, ସବୁ ଗାଁକୁ ରାସ୍ତା, ସବୁ ଗାଁକୁ ନେଟଓ୍ୱର୍କ । ଏମିତି କେତେ କ'ଣ କହୁଥିଲା ନବୀନଙ୍କ ସରକାର । ସହର ମଝିରେ ବଡ଼ ବଡ଼ ହୋର୍ଡିଂରେ ଲାଗୁଥିଲା ବିଜ୍ଞାପନ । ସବୁ ଖବର କାଗଜରେ ବି ବାହାରୁଥିଲା ନବୀନଙ୍କ ଶାସନ ବେଳର ଗୋଲାପୀ ଚିତ୍ର । ହେଲେ ବାସ୍ତବ ସ୍ଥିତି କିନ୍ତୁ ରହିଛି ଭିନ୍ନ । ଏବେ ବି ରାଜ୍ୟର ଅନେକ ଗାଁକୁ ପାଣି ନାହିଁ କି ବିଜୁଳି ନାହିଁ । ଏମିତି ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ବି ନାହିଁ । ଲୋକେ ସରକାର ଯୋଜନା ତ ଦୂରର କଥା ମୌଳିକ ସୁବିଧା ବି ପାଇପାରୁ ନାହାନ୍ତି ।

ଆଦିବାସୀ ଦୁର୍ଗମ ଅଞ୍ଚଳରେ ଏବେ ବି ପହଞ୍ଚି ପାରିନି ବିକାଶ । ସେଠାକାର ଲୋକେ କାହିଁକି ଅବହେଳିତ ତାର ଉତ୍ତର ବି ସେମାନେ ଜାଣି ନାହାନ୍ତି । ସେମାନେ ଆଦିବାସୀ ବୋଲି ଅବହେଳିତ ନା ପଙ୍ଗୁ ସରକାର ଥିଲା ବୋଲି ଅବହେଳିତ । ଏପ୍ରଶ୍ନ ତାଙ୍କ ମନରେ ବି ଉଙ୍କି ମାରୁଛି । ଦୀର୍ଘ ୨୪ ବର୍ଷର ସ୍ଥାୟୀ ସରକାରରେ ରା.ଉଦୟଗିରି ବ୍ଳକର ପାଞ୍ଚାଖଣ୍ଡ ଆଦିବାସୀ ଗ୍ରାମର ଲୋକେ ଆଜି ବି ପାଇ ପାରିନାହାନ୍ତି ନିଜର ହକ୍।

ଏବେ ବି ସମସ୍ୟା ଘେରରେ ରହିଛି ୫ ଗାଁ । ବିକାଶ ଠାରୁ ବହୁ ଦୂରରେ । ମୌଳିକ ସମସ୍ୟା ପ୍ରତି ନାହିଁ ପ୍ରଶାସନର ନିଘା । ୨୪ ବର୍ଷର ସ୍ଥାୟୀ ସରକାରଙ୍କ ଅପାରଗତା ହେଉ କି ସ୍ଥାନୀୟ ପ୍ରଶାସନର ଅବହେଳା। ଆଜିବି ବିକାଶ ପହଞ୍ଚି ପାରିନି ସେହି ପାଞ୍ଚ ଖଣ୍ଡ ଗାଁରେ । ଗଜପତି ମୋହନାର ଏହି ୫ ଗାଁ ହେଲା ବେତରସିଂ, ପୂଜାରିବିଲ, ଲାଞ୍ଜା, ଗାନ୍ଦିଲି, ଧାନବାଡ଼ । ଏହି ପାଞ୍ଚ ଖଣ୍ଡ ଗାଁକୁ ବିକାଶ ପହଞ୍ଚାଇବାରେ ବିଫଳ ପୂର୍ବ ସରକାର । ସେ ରାସ୍ତା କଥା ହେଉ କି ପାନୀୟ ଜଳ ଯୋଗାଣ। ଶିକ୍ଷା ସ୍ବାସ୍ଥ୍ୟ ବିଜୁଳି ସମସ୍ୟା ଏଠି ନିଦି ଦିନିଆ କଥା । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପାଲଟିଛି ପ୍ରଶାସନ ।

ରାସ୍ତା କଥା କହିଲେ ମୁଖ୍ୟ ରାସ୍ତା ଠାରୁ ୪ କିଲୋମିଟର ଅଙ୍କାବଙ୍କା ମାଟି ପଥର ରାସ୍ତା ଦେଇ ଗଲେ ପଡ଼ିଥାଏ ଏହି ଗାଁ । ଏହି ଗୋଟେ ରାସ୍ତା ଉପରେ ନିର୍ଭର କରନ୍ତି ୫ ଖଣ୍ଡ ଗାଁ ଲୋକ । ଦୈନିକ ହାଟ ବଜାର କୁହନ୍ତୁ ଅବା ସ୍ଵାସ୍ଥ୍ୟ ଗତ ସମସ୍ୟା ଏହି ରାସ୍ତା ହିଁ ସାହାଭରସା ।

ବିକାଶ କହିଲେ ତିତିଲି ସମୟରେ ଯାହା କ୍ଷୟ କ୍ଷତି ହୋଇଥିଲା ସେହି ସମୟରେ କିଛି ଆବାସ ଘର ଦେଇ ବିକାଶର ନାଁ ନେବାକୁ ବସିଛି ପ୍ରଶାସନ । ଆଜି ଯାଏ ପିଇବା ପାଇଁ ଶୁଦ୍ଧ ପାନୀୟ ଜଳ ପାଇ ପାରିଲେନି ଲୋକେ । ଆମ୍ବ ଗଛ କୋରଡରୁ ମଶାରୀ ଢାଙ୍କି ଗାଁକୁ ନେଇଛନ୍ତି ପାଣି। ସେହି ପାଣିରେ ବର୍ଷ ତମାମ ଶୋଷ ମେଣ୍ଟା ଇବା ସହ ଗୃହପାଳିତ ପଶୁଙ୍କ ମଧ୍ୟ ଶୋଷ ମେଣ୍ଟି ଥାଏ ।

ଆଜି ବି ଏଇ ୫ ଖଣ୍ଡ ଗାଁରେ ବିଦ୍ୟୁତ ସେବା ସାତସପନ। ଗାଁ ଗୁଡ଼ିକରେ ମାଳମାଳ ସମସ୍ୟା, ମାତ୍ର ସବୁ ଜାଣି ପ୍ରଶାସନ ଏଠି ନିଦାବିଷ୍ଣୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This village has no road or water, 5 villages are facing problems | Argus News