Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ୱପ୍ନ ଠୁ ବି ଆହୁରି ସୁନ୍ଦର ମୟୂରଭଞ୍ଜର ଏହି ଗାଁ

Odisha

ସ୍ୱପ୍ନ ଠୁ ବି ଆହୁରି ସୁନ୍ଦର ମୟୂରଭଞ୍ଜର ଏହି ଗାଁ

Ritu Das
Browse all articles by Ritu Das
·1 year ago·2 min read
ସ୍ୱପ୍ନ ଠୁ ବି ଆହୁରି ସୁନ୍ଦର ମୟୂରଭଞ୍ଜର ଏହି ଗାଁ

ଆହୁରି ସୁନ୍ଦର ଲାଗୁଛି ପାହାଡର ବୁକୁ ଭିତରେ ଜାକିଜୁକି ହୋଇ ବସିଛି ଏହି ନୀରିହ ଗାଁଟି । ସକାଳ ହେଲେ ପକ୍ଷୀଙ୍କ କଳରାବରେ ଉଠେ ଆଉ ପଶ୍ଚିମରେ ସୂର୍ଯ୍ୟ ନଇଁଲେ ସେ ତୁନି ହୋଇ ଶୋଇପଡେ । ସହରର ମୋମୋ ଏଠି ମୋହ ବାନ୍ଧିନି । କିମ୍ବା ବିରିୟାନୀର ବାସ୍ନା ୟାକୁ ଛୁଇଁନି । ମହୁଲର ବାସ୍ନାରେ ମହକି ଉଠେ ଆଉ ପଳାଶର ରେଣୁରେ ଇଏ ରଙ୍ଗାୟିତ ହୁଏ । ହେଲେ ଏ କେଉଁ ଗାଁ? ଦେଖିଲେ ଆଖି ଲାଖି ଯାଉଛି। ସ୍ୱପ୍ନ ଠୁ ଆହୁରି ସୁନ୍ଦର ଲାଗୁଛି । ଯେମିତି କେହି ଜଣେ କହୁଛି, ଆମ ଗାଁକୁ ଥରେ ଯିଏ ଆସିଛି ଫେରିବାର ବାଟ ଭୁଲିଛି । ମାଟିର ବାସ୍ନା । ପ୍ରକୃତିର ଆସ୍ତରଣରେ ଆଛାଦିତ ପୁରା ପରିବେଶ । ସତରେ ବାଟ ଭୁଲେଇଦେଉଛି ଏହି ଗାଁ । କ୍ଷଣିକେ ନୁହେଁ କାଳଟିଏ ପାଇଁ ରହିଯିବାକୁ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ମହିଳାଙ୍କ ସାନ୍ତାଳୀ ଭଷା ଆପଣ ମାନେ ଉଣା ଅଧିକେ ବୁଝି ସାରିଥିବେ। କିନ୍ତୁ ଭାରତର ସବୁଠୁ ସୁନ୍ଦର ଆଦିବାସୀ ଗାଁ ! ଏହି ଗାଁର ପୁରା କାହାଣୀ ଆମେ ଆପଣ ଙ୍କୁ କହିବୁ.....
ଏ ହେଉଛି ଆମ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକ ଅନ୍ତର୍ଗତ ବୋବେଇଯୋଡ଼ା ଗାଁ । ପାହାଡ ଘେରା ଏ ଗାଁ ରେ ପ୍ରାୟ ୭୦ରୁ ୮୦ ସାନ୍ତାଳୀ ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରନ୍ତି। ଆଜିକୁ ପ୍ରାୟ ୭୦ରୁ ୮୦ ବର୍ଷ ଧରି ଏହି ଗାଁ ଏମିତି ନୂଆବୋହୁ ପରି ସଜେଇ ହୋଇ ରହିଛି।  ସବୁଠୁ ବଡ଼ କଥା ହେଲା ଘର କାନ୍ଥରେ ଲାଗିଥିବା ଏହି ରଙ୍ଗ ଗୁଡିକ ୮୦ରୁ ୮୫ ପ୍ରତିଶତ ଅର୍ଗାନିକ ବା ଜୈବିକ ରଙ୍ଗ। ଗାଁର ପାଖ ପାହାଡ଼ରୁ ପଥର ଗୁଣ୍ଡ , ଗଛ ପତ୍ରକୁ ପେଜ ତୋରାଣିରେ ମିଶାଇ ଏହିସବୁ ଜୈବିକ ରଙ୍ଗକୁ ଗାଁର ମହିଳା ମାନେ ପ୍ରସ୍ତୁତ କରନ୍ତି। 
ପ୍ରତିବର୍ଷ ଶିବରାତ୍ରିର ୭ରୁ ୧୦ ଦିନ ପୂର୍ବରୁ ଘର କାନ୍ଥରେ ଏଭଳି ଚିତ୍ରିତ କରନ୍ତି ଗାଁର ପ୍ରତ୍ୟେକ ମହିଳା। ମାଟି ପିଣ୍ଡାକୁ ଗୋବର ଛିଟା କାନ୍ଥରେ ବର୍ଷ ସାରା ଝଟକୁ ଥାଏ ଏଭଳି ସୁନ୍ଦର ଚିତ୍ର।
କେବଳ ସୁନ୍ଦର ଚିତ୍ର ନୁହେଁ ଗାଁର ଗୋଟିଏ ବି କୋଣ ଅନୁକୋଣରେ ପ୍ଲାଷ୍ଟିକ ଜରି କି ଅଳିଆ ଟିକେ ବି ଦେଖିବାକୁ ମିଳେ ନାହିଁ। ସବୁ ଘର ସାମ୍ନାରେ ଡଷ୍ଟବିନ ରଖାଯାଇଛି। ଗାଁର ଜଣେ ସ୍ବର୍ଗତ ପୂର୍ବତନ ଶିକ୍ଷକଙ୍କ ଆହ୍ୱାନରେ ଏହି ଭଳି ପଦକ୍ଷେପ ଆଜିକୁ ବହୁ ବର୍ଷ ଧରି ଗାଁ ଲୋକେ ହାତ କୁ ନେଇଛନ୍ତି। ଆଉ ସ୍ୱପ୍ନଠୁ ସୁନ୍ଦର ଦେଖା ଯାଉଥିବା ବୋବେଇଯୋଡ଼ା ଗାଁକୁ ଯିଏ ବି ଆସନ୍ତି ତାଙ୍କର ବିଦାୟ ହେଉ ବା ସ୍ୱାଗତ ଅତି ସୁନ୍ଦର ଭାବେ କରନ୍ତି।

Sponsored
this-village-in-mayurbhanj-is-even-more-beautiful-than-a-dream | Argus News