Videos
|
Odisha

ଧାନ କିଆରିରେ ଦ୍ରୌପଦୀ ମୁର୍ମୁଙ୍କ ଛବି  

Manini Pattanayak
Browse all articles by Manini Pattanayak
·2 years ago·2 min read
ଧାନ କିଆରିରେ ଦ୍ରୌପଦୀ ମୁର୍ମୁଙ୍କ ଛବି  

କଳାହାଣ୍ଡି : ଚାରିଆଡେ  ସବୁଜିମା। ଏହି ସବୁଜିମା କ୍ଷେତ ମଧ୍ୟରେ ଶୋଭା ପାଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ସୁନ୍ଦର ଚିତ୍ର।  ଏହି ଧାନ କ୍ଷେତର ଦୁଇ ଗୁଣା ସୌନ୍ଦର୍ଯ୍ୟ ବଢାଇ ଦେଉଛନ୍ତି  ଦ୍ରୌପଦୀ ମୁର୍ମୁଙ୍କ ଏହି ଚିତ୍ର।  ରାଷ୍ଟ୍ରପତିଙ୍କ ଏହି ଚମତ୍କାର ଚିତ୍ର ଆଙ୍କିଛନ୍ତି  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣ ରଞ୍ଜନ ବେହେରା। ଧାନ ତଳି ମଧ୍ୟରେ ତ୍ରିରଙ୍ଗାର ରଂଗରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କଳା କୃତି କରିବାରେ ସଫଳ ହୋଇଛନ୍ତି ପ୍ରାଣ ରଞ୍ଜନ। ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ,ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରତୀୟମାନ ହେଉଥିବା ବେଳେ ଜଣେ ସାଧାରଣ ଚାଷୀ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସମ୍ମାନ ଅଭିନବ ଉଦ୍ୟମ ଦ୍ଵାରା ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି।   ଜୟପାଟଣାର ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଅଗ୍ରଣୀ ଚାଷୀ ପ୍ରାଣ ରଞ୍ଜନ ବେହେରା ଏହି ଧାନ କ୍ଷେତରେ ଖାଲି  ଦ୍ରୌପଦି ମୁର୍ମୁଙ୍କ ଚିତ୍ର ଆଙ୍କି ନାହାନ୍ତି , ବରଂ ସେ  ପୂର୍ବରୁ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ମାନଚିତ୍ରକୁ ତିନି ରଂଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ "୭୫" ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା।  
ଶ୍ରୀ ବେହେରା ୨୦୧୨ ମସିହାରୁ  ବିଭିନ୍ନ ସମସାମୟିକ ଚର୍ଚ୍ଚିତ ପ୍ରସଂଗକୁ  ଧାନ କିଆରୀରେ ସ୍ଥାନ ଦେଇ ସଚେତନତା ସୃଷ୍ଟି କରିବାର ଅନନ୍ୟ ଉଦାହରଣ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ " ସେଭ୍ ଓମେନ୍ ସେଭ୍ ନେସନ ", ସେଭ ଗାର୍ଲ ଚାଇଲ୍ଡ ସେଭ ମଦର,  ପ୍ରଭୃତି ବିଶେଷ ଆଦୃତ ହୋଇଥିଲା। ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଚାଷୀ ପ୍ରାଣ ରଞ୍ଜନ ଜୈଵିକ ପ୍ରଣାଳୀରେ ଚାଷ କରି ସ୍ବଳ୍ପ ଖର୍ଚ୍ଚରେ ରେକର୍ଡ ଧାନ ଉତ୍ପାଦନ କରି ଦୃଷ୍ଟାନ୍ତ ପାଲଟିବା ସହ ନିଜ ଫାର୍ମ ହାଉସ ରେ ଅନ୍ୟାନ୍ୟ ଫସଲ ମଧ୍ୟ କରିବାରେ ସମର୍ଥ ହୋଇଛନ୍ତି। ଏକାଧାରରେ ଜଣେ ସଫଳ ଚାଷୀ, ସୁଲେଖକ , ସାମ୍ବାଦିକ ଏବଂ ସମାଜସେବୀ ଭାବରେ ବିଭିନ୍ନ ଜିଲ୍ଲା, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇପାରିଛନ୍ତି।  ଅଭିନବ ଢଙ୍ଗରେ ଚାଷ କରି ତ ବେଶ୍ ଚର୍ଚ୍ଚା ରେ ଥାନ୍ତି। କିନ୍ତୁ ତଲି କିଆରୀରେ ମହାମହିମ ଙ୍କ ଚିତ୍ର ଆଙ୍କି ଅଞ୍ଚଳରେ ପ୍ରଶଂସା ସାଉଟୁଛନ୍ତି।
ଅଧିକ ଦେଖନ୍ତୁ  : 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: