Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁଆରୀ 5 ରୁ ୧୬ ଯାଏଁ ଆଦିବାସୀ ମେଳା; ସମୟ କାଢି ବୁଲି ଆସନ୍ତୁ...

Smruti Parija
Browse all articles by Smruti Parija
·1 year ago·2 min read
ଜାନୁଆରୀ 5 ରୁ ୧୬ ଯାଏଁ ଆଦିବାସୀ ମେଳା; ସମୟ କାଢି ବୁଲି ଆସନ୍ତୁ...

Key Points

ଆଦିବାସୀ ଗାଁ । ନୁଆଁଣିଆ ଚାଳଘର, ତା ଭିତରେ ଆଦିବାସୀଙ୍କ ଘରକରଣା ଜିନିଷ, ସେମାନଙ୍କ ବାଡ଼ି ବଗିଚା ଆଉ ଚାଷ । ତା ସହ ଆଦିବାସୀଙ୍କ ଦ୍ବାରା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, କଳା ଓ ମନୋରଞ୍ଜନ ସାମଗ୍ରୀ ।

ଭୁବନେଶ୍ୱର: ଆଦିବାସୀ ଗାଁ । ନୁଆଁଣିଆ ଚାଳଘର, ତା ଭିତରେ ଆଦିବାସୀଙ୍କ ଘରକରଣା ଜିନିଷ, ସେମାନଙ୍କ ବାଡ଼ି ବଗିଚା ଆଉ ଚାଷ । ତା ସହ ଆଦିବାସୀଙ୍କ ଦ୍ବାରା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, କଳା ଓ ମନୋରଞ୍ଜନ ସାମଗ୍ରୀ । ଇଏ କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ, ଇଏ ରାଜଧାନୀ ଭିତରେ ଗଢ଼ାଯାଇଥିବା ଆଦିବାସୀ ଗାଁର ଦୃଶ୍ୟ ।


ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଯେଉଁଠି ଅଛି ଜନଜାତିଙ୍କ ୨୦ ପ୍ରକାରର ଆଦିବାସୀ କୁଡ଼ିଆ । ଆଦିବାସୀ ହାଟର ୧୨୬ଟି ଷ୍ଟଲରେ ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ହେଉଛି ବିକ୍ରିବଟା । ଏ ସବୁ ମାଧ୍ୟମରେ ଜନଜାତିଙ୍କ ଜୀବନ, ଜୀବିକା, କଳା, ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ପରିଚିତ ହେଉଛନ୍ତି ସହରୀ ଲୋକେ । ଏଥର ମୋଟ ୧୮୯ଟି ଷ୍ଟଲ କରାଯାଇଛି । ପ୍ରଥମ ଥର ଭଗବାନ ବୀର୍ସା ମୁଣ୍ଡା ପାଭିଲିଅନ୍ ନିର୍ମିତ ହୋଇଛି । ରବିବାର ମୁଖ୍ୟମନ୍ତ୍ରୀ କରିଛନ୍ତି ଆଦିବାସୀ ମେଳାର ଉଦଘାଟନ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ, ଭୁବନେଶ୍ୱର ସାଂସଦ, ଏକାମ୍ର ବିଧାୟକ ପ୍ରମୁଖ କୁଡ଼ିଆ ଗୁଡ଼ିକ ବୁଲି ଦେଖିବା ସହ ଆସିବାସୀ ମାନଙ୍କ ସହ କଥା ହୋଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଅଷ୍ଟମ ଓ ଦଶମ ପାସ୍‌ କରିବା ପରେ ନବମ ଓ ଏକାଦଶ ଶ୍ରେଣୀରେ ଭର୍ତ୍ତି ହେବା ପିଲାଙ୍କୁ ମିଳିବ ଏହି ସହାୟତା । ଏହି ଯୋଜନା ପାଇଁ 156 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅଧାରୁ ପାଠ ଛାଡୁଥିବା ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ଏହି ଯୋଜନା ମାଧ୍ୟମରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।


ଚଳିତ ବର୍ଷ ଜାନୁଆରୀ 5 ରୁ ୧୬ ତାରିଖ ଯାଏଁ 12 ଦିନ ଧରି ଚାଲିବ ଆଦିବାସୀ ମେଳା । ଭୁବନେଶ୍ବରରେ ଆସନ୍ତା 8 ତାରିଖରୁ ପ୍ରବାସୀ ଭାରତୀୟ ସମ୍ମିଳନୀ ହେଉଥିବାବେଳେ ସାରା ବିଶ୍ବରୁ ଆସୁଥିବା ପ୍ରବାସୀ ଓଡ଼ିଶାର ଜନଜାତିଙ୍କ କଳା, ସଂସ୍କୃତି ଓ ପରମ୍ପରା ବାବଦରେ ଜାଣିବାର ସୁଯୋଗ ପାଇବେ।

Sponsored
this-year-the-tribal-fair-will-be-held-for-12-days-from-january-5-to-16-in-bhubaneswar | Argus News