ଭିମକୁଣ୍ଡରେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ମକର ବୁଡ଼ ପକାଇଲେ
·2 years ago

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାର ବିଭିନ ନଦୀ ଗୁଡିକରେ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବୁଡ଼ ଦେଉଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜର ପୁଣ୍ୟତୋୟା ବୈତରଣୀ ନଦୀର ଭିମକୁଣ୍ଡ ଠାରେ ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ସଂଖ୍ୟାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ।
ଲୋକଙ୍କ ବିଶ୍ଵାସ ଅଛି ବୈତରଣୀ ନଦୀରେ ଏଇ ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ପୁଣ୍ୟ ମିଳିବା ସହିତ କରିଥିବା ପାପର ପ୍ରାୟଶ୍ଚିତ ହୋଇଥାଏ। ସେଥିପାଇଁ ଭିମକୁଣ୍ଡରେ ଲୋକେ ବୁଡ଼ ପକାଇବା ପାଇଁ ଏଇ ମକର ସଂକ୍ରାନ୍ତିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଏଠାରେ ବୁଡ଼ ପକାଇବା ସହିତ ଭୀମକୁଣ୍ଡର କୁଣ୍ଡେଶ୍ୱର ମହାଦେବ ମନ୍ଦିରରେ ଲୋକେ ପୂଜାର୍ଚ୍ଚନା କରିଥାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: