Videos
|
Odisha

ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଆଜି ଆଲୋକର ପର୍ବ ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିବା ସହ ଶ୍ରୀମନ୍ଦିର ସିଂହଦ୍ବାରରେ ଆଲୋକବର୍ତ୍ତିକା ଦେଖାଇ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି । ବଡ଼ବଡୁଆ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ସିଂହଦ୍ବାର । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୋଷଶାଳାର ବାହ୍ୟ ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାରୋଟି ସ୍ଥାନରେ କାଉଁରୀଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିଛନ୍ତି ଭକ୍ତ । ପରମ୍ପରା ଅନୁସାରେ ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ । ବଡଦାଣ୍ଡରେ ପୟାଶ୍ରାଦ୍ଧ ଦେଲେ ପିତୃପୁରୁଷ ପ୍ରାପ୍ତ ହୋଇଥାନ୍ତି । ସେପଟେ ଆଜି ତ୍ରିଶକ୍ତି ଉପାସନାର ଦିନ । ମହାକାଳୀ , ମହାଲକ୍ଷ୍ମୀ ଓ ମହାସରସ୍ବତୀଙ୍କ ଆବିର୍ଭାବର ଦିନରେ ଆଜି ବିଭିନ୍ନ ସ୍ଥାନରେ ମହାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିମାନ ପୂଜା କରାଯାଇଛି । ଶ୍ରୀମନ୍ଦିରରେ ସାଗର ନାରାୟଣ ବିଜେ ନୀତି ମଧ୍ୟ ଅନୁଷ୍ଠିତ ହୋଇଛି । ତିଥିରେ ଥିବା ବ୍ୟତିକ୍ରମକୁ ନେଇ ଦ୍ବନ୍ଦ୍ବ ଯୋଗୁଁ ଚଳିତ ବର୍ଷ ଗତକାଲି ଓ ଆଜି ଦୁଇଦିନ ପାଇଁ ପରମ୍ପରାକୁ ପାଳିଛନ୍ତି ଶ୍ରଦ୍ଧାଳୁ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: