Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୩୦ ହଜାର ଡଲାର ନଦେଲେ ସ୍କୁଲ ଉଡାଇଦେବାକୁ ଧମକ

Odisha

୩୦ ହଜାର ଡଲାର ନଦେଲେ ସ୍କୁଲ ଉଡାଇଦେବାକୁ ଧମକ

Rashmita Mishra
Browse all articles by Rashmita Mishra
·1 year ago
୩୦ ହଜାର ଡଲାର  ନଦେଲେ ସ୍କୁଲ ଉଡାଇଦେବାକୁ ଧମକ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ପୁଣି ବୋମା ଆତଙ୍କ । 40 ସ୍କୁଲକୁ ବୋମା ଧମକ ।  ପ୍ରଥମେ ଆରକେ ପୁରମ ଓ ପଶ୍ଚିମ ବିହାର ଅଂଚଳରେ ଥିବା ଦୁଇଟି ସ୍କୁଲକୁ ବୋମା ଧମକ ଆସିଥିଲା । ତାପରେ ଗୋଟିଏ ପରେ ଗୋଟିଏ ସ୍କୁଲକୁ ବୋମା ଧମକ ଆସୁଛି । ଘଟଣାସ୍ଥଳରେ ପୋଲିସ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ସର୍ଚ୍ଚ କରୁଛନ୍ତି । ଇମେଲରେ ୩୦ ହଜାର ଡଲାର ନଦେଲେ ସ୍କୁଲ ଉଡାଇଦେବାକୁ ଧମକ ଦିଆଯିବା ପରେ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇଦିଆଯାଇଛି । ଗତ ସପ୍ତାହରେ ମଧ୍ୟ ଦିଲ୍ଲୀର ଏକ ସ୍କୁଲକୁ ବୋମା ଧମକ ମିଳିଥିଲା କିନ୍ତୁ ତଦନ୍ତ ପରେ ଏହା ଗୁଜବ ଥିବା ଜଣାପଡିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Threat to blow up school if $30,000 not paid | Argus News