Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ' - ପରିକ୍ରମା ପ୍ରକଳ୍ପ କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
'ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ' - ପରିକ୍ରମା ପ୍ରକଳ୍ପ କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା

Key Points

ଶ୍ରୀମନ୍ଦିର ସୁରକ୍ଷା ସହ ଖେଳ !
ପରିକ୍ରମା ପ୍ରକଳ୍ପରେ ନିଶାଖୋରଙ୍କ ଦୌରାତ୍ମ୍ୟ
ପରିକ୍ରମା ପ୍ରକଳ୍ପ କାନ୍ଥରେ ଦିଆଯାଇଛି ଧମକ ପୂର୍ଣ୍ଣ ବାର୍ତ୍ତା
ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ

ଶ୍ରୀମନ୍ଦିର ସୁରକ୍ଷା ସହ ଖେଳ । ପରିକ୍ରମା ପ୍ରକଳ୍ପରେ ନିଶାଖୋରଙ୍କ ଦୌରାତ୍ମ୍ୟ । ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ । ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକ ପୂର୍ଣ୍ଣ ବାର୍ତ୍ତା । ମନ୍ଦିର ଭାଙ୍ଗିବ ଆତଙ୍କବାଦୀ । ଫୋନ୍ ନମ୍ୱର୍ ବି ଦିଆଯାଇଛି । କିଏ ,କାହିଁକି କରିଛି ତାହା ଜାଣିବାର ଆବଶ୍ୟକତା ରହିଛି । ଅର୍ଗସରେ ଖବର ପ୍ରସାରଣ ପରେ ପ୍ରଶାସନ ପହଞ୍ଚି ପଥର କାନ୍ଥରେ ଦିଆଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାକୁ ଲିଭାଇଦେଇଥିବା ସୂଚନା ।


ସେପଟେ ଆଜି ଶ୍ରୀମନ୍ଦିରରେ ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ଚତୁର୍ଥୀ ତିଥି ଅର୍ଥାତ୍ ରେଖାପଞ୍ଚମୀ ନୀତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ  ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ। ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ । ଗୁପ୍ତନୀତି ହେତୁ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାଇ ଆଜି ଅପରାହ୍ନ ୨ଟ ୩୦ରୁ ରାତି ୬ଟା ୩୦ ଅର୍ଥାତ୍ ଚାରିଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
threatening message on the puri shreemandira wall | Argus News