Videos
|
Odisha

Rath Yatra / ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା... ରଥଖଳାରୁ ସିଂହଦ୍ବାର ନିକଟକୁ ଆସିଲେ ତିନ ରଥ

Rashmita Mishra
Browse all articles by Rashmita Mishra
·2 weeks ago·2 min read
 ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା... ରଥଖଳାରୁ ସିଂହଦ୍ବାର ନିକଟକୁ ଆସିଲେ ତିନ ରଥ
Rath Yatra

Key Points

ରଥଖଳାରୁ ସିଂହଦ୍ବାର ନିକଟକୁ ଯିବେ ତିନ ରଥ । 
ଆସନ୍ତାକାଲି ରଥଯାତ୍ରା, ମହାବାହୁଙ୍କୁ ସମସ୍ତଙ୍କ ଅପେକ୍ଷା । 
ରଥଖଳାରୁ ତିନି ରଥଙ୍କୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯିବ । 
ଆଜି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ । 
ପରେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଏ

ରାତି ପାହିଲେ କାଳିଆ ସାଅନ୍ତଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା... ରଥଖଳାକୁ ଆସିଲା ଆଜ୍ଞାମାଳ, ଏବେ ତିନି ରଥ ନେବେ ଦକ୍ଷିଣ ମୋଡ । ଆଜି ସିଂହଦ୍ବାର ସମ୍ମୁଖକୁ ଆସିବେ ତିନି ରଥ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷା ବଡ଼ ଦାଣ୍ଡ । ଆଜି ରଥଖଳାରୁ ସିଂହଦ୍ବାର ଚକଡ଼ାକୁ ତିନି ରଥଙ୍କୁ ଟାଣି ଅଣାଯିବ । ଶ୍ରୀଜିଉଙ୍କ ଆଜ୍ଞା ମାଳ ବିଜେ ପରେ ସିଂହଦ୍ବାର ନିକଟକୁ ଆସିବେ ରଥ ।

ରଥଖଳାରୁ ତିନି ରଥଙ୍କୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯିବା ବେଳେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ । ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଏ । ତେବେ ରଥଯାତ୍ରା ଦିନ ପ୍ରଥମେ ଭଳଭଦ୍ରଙ୍କ ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ନନ୍ଦିଘୋଷ ଟଣାଯାଇଥାଏ ।

ଏଥିସହ ପଢ଼ନ୍ତୁ: ରଥଯାତ୍ରାରେ ପୁରୀ ଗଲେ କେଉଁଠି ରଖିବେ ଗାଡ଼ି ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ... ଆସନ୍ତାକାଲି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଆଜି ଉଭା ଯାତ୍ରା । ଏଥିପାଇଁ ଛତିଶା ନିଯୋଗ, ନୀତି ସବ୍‌ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱୀକୃତି କ୍ରମେ ଚତୁର୍ଦ୍ଧାମୂରତିଙ୍କ ଘୋଷଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।

ମହାପ୍ରଭୁଙ୍କ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତୀ,ସକାଳ ୯ଟାରେ ରଥ ପ୍ରତିଷ୍ଠା,୯ଟା ୩୦ରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ଆରମ୍ଭ ,ଅପରାହ୍ନ ୨ଟା ରୁ ୩ଟା ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ନୀତି,ଅପରାହ୍ନ ୩ଟା ରୁ ୪ଟା ଚାରମାଳ ଫିଟିବା, ରଥରେ ଘୋଡ଼ା ଓ ସାରଥି ଲାଗିବା ନୀତି ଏବଂ ଅପରାହ୍ନ ୪ଟାରେ ସାରା ବିଶ୍ୱର ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଟଣା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rath Yatra | World-Famous Rath Yatra Tomorrow: Three Chariots Reach Singhadwara | Argus News