Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଇବ ସାଦିଛି ଦାଉ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଦଇବ ସାଦିଛି ଦାଉ

ମା ମରିଗଲା ପରେ ଏବେ ଅନ୍ଧାରରେ ତିନି ଛୁଆଙ୍କ ଭବିଷ୍ୟତ। ପେଟକୁ ଦାନା ଦେବେ ନା ପାଠ ପଢାଇବାକୁ ସ୍କୁଲ ପଠାଇବେ ତାକୁ ନେଇ ଚିନ୍ତାରେ ବୃଦ୍ଧ ଅଜା ଆଈ। ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋଡା ଆମ୍ଭ ଗାଁରୁ ଆସିଛି ଏମିତି ଖବର।


ପରିବାର କହିଲେ ବୃଦ୍ଧ ନରେନ୍ଦ୍ର ମାଝୀ, ତାଙ୍କ ସ୍ତ୍ରୀ କନାଇ ମାଝୀ ତାଙ୍କ ଝିଅ ଏବଂ ଝିଅର ତିନି ଛୁଆ। ଏବେ ଘରର ଏକମାତ୍ର ରୋଜଗାରିଆ ଲୋକ ନରେନ୍ଦ୍ରଙ୍କ ଝିଅ ମରିଗଲା ପରେ ଅନ୍ଧାରକୁ ଚାଲିଯାଇଛି ୩ ଛୁଆଙ୍କ ଭବିଷ୍ୟତ। ମା ଚାଲିଗଲା ପରେ ବୃଦ୍ଧ ଅଜା ଆଈଙ୍କ ଭରଷାରେ ତିନି ପିଲା। ଅଜା ନରେନ୍ଦ୍ରଙ୍କ ବୟସ ୬୦ ଟପିଥିବା ବେଳେ ଆଈ ମଧ୍ୟ କାମ ପରି ପରିବାର ଚଳାଇବା ଅବସ୍ଥାରେ ନାହାନ୍ତି। ଏବେ ଏହି ବାପା ମା ଛେଉଣ୍ଡ ଦୁଇ ନାତୁଣୀ ସମେତ ନାତି ଟିଏ କୁ ନେଇ ଚିନ୍ତାରେ ନରେନ୍ଦ୍ର। କ'ଣ କରିବେ, କେଉଁଠୁ ଆଣି ଏହି ଛୁଆ ମାନଙ୍କ ମୁହଁରେ ଆହାର ଦେବେ, ସେଇ ଭାବନାରେ ଆଖିରୁ ଲୁହ ଶୁଖୁନି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରୀ ସୁବିଧା କହିଲେ ମିଳୁଛି ପାଞ୍ଚ କେଜି ଚାଉଳ। ଏଇ ପାଞ୍ଚ କେଜି ଚାଉଳ ଆଣିବା ପାଇଁ ଚାଲିଚାଲି ଯିବାକୁ ପଡୁଛି ପାଞ୍ଚ କିଲୋମିଟର ବାଟ। ଏତେ ବାଟ ଯିବା ସମ୍ଭବ ହେଉନଥିବାରୁ ଏମାନେ ଚାଉଳ ପାଇଁ ଯାଉନଥିବା କୁହନ୍ତି। ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଏଯାବତ ମିଳୁନି ଏମାନଙ୍କୁ। ଆଧାରକାର୍ଡ ସଂଶୋଧନ ନ ହୋଇପାରିବା କାରଣରୁ ବୃଦ୍ଧା କନାଇ ମାଝୀଙ୍କୁ ଭତ୍ତା ମିଳୁନଥିବା ଜଣା ପଡ଼ିଛି।


ପିଲାମାନଙ୍କର ପାଠ ପଢିବା ପାଇଁ ଆଗ୍ରହ ଥିଲେ ମଧ୍ୟ ଅଭାବ ଅନଟନ ପାଇଁ ବିଦ୍ୟାଳୟ ଯାଇ ପାରୁନାହାନ୍ତି। ଏଭଳି ଦୁଃଖ ଆଉ ଦୁର୍ଦ୍ଧସାରେ ଜୀବନ ବିତାଉଥିବା ପରିବାରକୁ ସରକାର ସହାୟତା ଯୋଗେଇଦେବା ସହ ଏହି ଅନାଥ ଶିଶୁଙ୍କୁ ହଷ୍ଟେଲରେ ରଖି ଶିକ୍ଷାଦାନର ବ୍ୟବସ୍ଥା ଲାଗି ଜଣେଇଛନ୍ତି ଗ୍ରାମବାସୀ। ଏ ନେଇ ଝରୀ ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଝରୀଗାଁ ଙ୍କୁ ଅବଗତ କରାଯିବା ସହ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜଣାଇବା ପରେ ତୁରନ୍ତ ଏନେଇ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି।

Sponsored
Three children helpless after mother's death in Nabarangpur Jhari village | Argus News