Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତାକାଲିଠୁ ଭୁବନେଶ୍ୱରରେ ତିନି ଦିନିଆ ଡିଜିପି ସମ୍ମିଳନୀ

Odisha

ଆସନ୍ତାକାଲିଠୁ ଭୁବନେଶ୍ୱରରେ ତିନି ଦିନିଆ ଡିଜିପି ସମ୍ମିଳନୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସନ୍ତାକାଲିଠୁ ଭୁବନେଶ୍ୱରରେ ତିନି ଦିନିଆ ଡିଜିପି ସମ୍ମିଳନୀ

ଅର୍ଗସ ବ୍ୟୁରୋ:  ଆସନ୍ତକାଲିଠୁ ଭୁବନେଶ୍ବରରେ ତିନି ଦିନିଆ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସବୁ ରାଜ୍ୟର ପୋଲିସ ଡିଜି ସାମିଲ ହେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଓ ଭବ୍ୟ ଆୟୋଜନ କରାଯାଉଛି । PMଙ୍କ ଗସ୍ତ ପାଇଁ ରାଜଧାନୀ ଏବେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ । ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅପରାହ୍ନ ୪.୧୫ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରେ ମୋଦିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ ପିଏମ୍ ।

ପରେ ରାଜ୍ୟ ବିଜେପି କାର୍ଯ୍ୟଳୟରେ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ କରିବେ ମୋଦି । ଏହି ସମୟରେ ନେତା, ମନ୍ତ୍ରୀ ମାନଙ୍କ ନିକଟରୁ ସରକାର ଓ ସଂଗଠନ ଉଭୟର ରିପୋର୍ଟ କାର୍ଡ ନେବେ ପ୍ରଧାନମନ୍ତ୍ରୀ । ସେପଟେ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ କନଭେନସନ୍ ସେଣ୍ଟର ଏବଂ ରାଜ୍ୟ ଅତିଥି ଭବନରେ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅନୁଧ୍ୟାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Three-day DGP conference to be held in Bhubaneswar from tomorrow | Argus News