Suffocation Death / ଲାଟିନ୍ ଟାଙ୍କିରେ ଲୁଚିଥିଲା ମୃତ୍ୟୁ... ଜଣଙ୍କ ପରେ ଜଣେ ଶ୍ୱାସରୁଦ୍ଧ ହୋଇ ୩ ମୃତ

Key Points
ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜଣଙ୍କ ଜୀବନ
ଜଣେ ମିସ୍ତ୍ରୀ ସହ ତିନି ଜଣ ଙ୍କ ମୃତ୍ୟୁ
ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡାର ତାରପାଗୁଡା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ । ଲାଟିନ୍ ଟାଙ୍କି ଭିତରକୁ ଓହ୍ଲାଇବା ବେଳେ ଜଣଙ୍କ ପରେ ଜଣେ ତିନି ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମିସ୍ତ୍ରୀ ଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଲାଟିନ୍ ଟାଙ୍କି ସଫା କିମ୍ବା ମରାମତି କାମ ପାଇଁ ଜଣେ ବ୍ୟକ୍ତି ପ୍ରଥମେ ଟାଙ୍କି ଭିତରକୁ ଓହ୍ଲାଇଥିଲେ । କିଛି ସମୟ ପରେ ସେ ଭିତରେ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଥିଲା । ତାଙ୍କୁ ଉଦ୍ଧାର କରିବା ପାଇଁ ପରେ ଆଉ ଦୁଇ ଜଣ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସ୍ କିମ୍ବା ଅମ୍ଳଜାନ ଅଭାବରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟାଙ୍କି ଭିତରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେତେବେଳକୁ ସେମାନଙ୍କ ଜୀବନ ଚାଲିଯାଇଥିଲା । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨Related Topics
Explore more stories