Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  22 ବର୍ଷର ଝିଅ ଗୋଡ଼ରେ ବେଡି 

Odisha

 22 ବର୍ଷର ଝିଅ ଗୋଡ଼ରେ ବେଡି 

Manini Pattanayak
Browse all articles by Manini Pattanayak
·2 years ago·2 min read
 22 ବର୍ଷର ଝିଅ ଗୋଡ଼ରେ ବେଡି 

ଭଦ୍ରକ: ଜରି ପାଲ ପଡିଥିବା ଭଙ୍ଗା ଘର ଆଗରେ ବସିଥିବା ତିନି ଜଣ ଅକ୍ଷମ । ସ୍ୱାମୀ, ସ୍ତ୍ରୀ  ଆଉ ତାଙ୍କ ଝିଅ ।   ବାପା ହ୍ୱିଲ ଚେୟାରରେ  ଝିଅ ଗୋଡରେ ବେଡି । ଆଉ ମା ବି ଅକ୍ଷମ।   ଏପରି ଅବସ୍ଥା ରେ ଗୋଟିଏ ପରିବାର । ମା ଛୋଟେଇ ଛୋଟେଇ ଯାଇ ଯାହା ଭିକ ମାଗି ଆଣେ ସେଥିରେ  ପରିବାର ଚଳେ।  ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲା ଖରିଦା ବିନାୟକପୁର ପଂଚାୟତର ବେଲସାଉଁଳିଆ ଗ୍ରାମର ମଧୁସୂଦନ ଗୋଛାୟତଙ୍କ ପରିବାର ।  ଏଭଳି ଏକ ଜରାଜିର୍ଣ୍ଣ  ପରିବାରକୁ କେବେ ସରକାରୀ ସହାୟତା ମିଳିନାହିଁ।  ତେବେ ଏପରି ଅବସ୍ଥାରେ କିପରି ପହଞ୍ଚିଲା  ପରିବାର..? 

 ୧୦ ବର୍ଷ ପୂର୍ବରୁ  ଏ ପରିବାର ଏମିତି ନଥିଲା। ।  ବର୍ତ୍ତମାନ ହ୍ୱିଲ ଚେୟାରରେ ବସିଥିବା ବ୍ୟକ୍ତି ଜଣଙ୍କ  ଏକାକି ନିଜର ପରିବାର ବୋଝକୁ  ନିଜେ ମୁଣ୍ଡାଇ ଥିଲେ। ମାଟି କାମ କରି ଯାହା ରୋଜଗାର କରୁଥିଲେ  ସେଥିରେ  ଦୁଃଖ କଷ୍ଟରେ  ତାଙ୍କ ପରିବାର ଚଳିଯାଉଥିଲା।  ଝିଅବି ଭଲ ପଢାପଢି କରୁରୁ    ଥିଲା।  ଆଉ ମେଟ୍ରିକରେ ବି ଭଲ ନମ୍ବର ରଖି ପାସ କଲା। ତା ମନରେ  ଉଙ୍କି ମାରିଥିଲା ଅନେକ ସ୍ୱପ୍ନ..  କଲେଜ ଯିବ .. ।  ଆଗକୁ ଆହୁରି ପାଠ ପଢିବ।  ଏଭଳି ଅନେକ ଆଶା ଆଉ ସ୍ୱପ୍ନ.. କିନ୍ତୁ  ସହିଲାନି ଦଇବ.. ମାଟି କାମ  କରୁଥିବାବେଳେ   ପଡିଗଲେ ମଧୁସୂଦନ।  ଏହାପରେ ଆଉ ହାତ ଗୋଡ ଚଳିଲାନି .. 
 

ବାପାର ଏ ଅବସ୍ଥା  ଦେଖି ଝିଅକୁ ଗଭୀର ଆଘାତ ଲାଗିଲା। ବାପା ଅଚଳ ହୋଇଗଲେ ମୁଁ କେମିତି ପାଠ ପଢିବି ଟଙ୍କା କେଉଁଠୁ ଆସିବ ? ଘର କେମତି ଚଳିବ ଏ ସମସ୍ତ କଥା ଭାବି ଭାବି ଶେଷରେ ନିଜର ମାନଶିକ ଭାରସମ୍ୟ ହରାଇବସିଲା ଝିଅ। ପାଗଳଙ୍କ ପରି ହୋଇଗଲା।  କେତେବେଳେ ହସୁଛି ତ କେତେବେଳେ କାନ୍ଦୁଛି ଆଉ କେତେବେଳେ ଗୁଣୁଗୁଣୁ ହୋଇ ଗପଛି।.. ଏମିତି କି ଘରୁ  ବାହାରି ଯାଇ ଗାଁରେ ବୁଲେ.. ମରାଧରା ମଧ୍ୟ କରେ। ସେଥିପାଇଁ  ମଧୁସୂଦନଙ୍କ  ଝିଅ ଗୋଡ ଚେନରେ ବନ୍ଧା ହୋଇଛି।  ଏପରି ଅବସ୍ଥାରେ ବର୍ଷ ବର୍ଷ ବିତିଗଲା। ୨୨ ବର୍ଷ ବୟସରେ ପହଞ୍ଚିଛି ଝଅ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ମା ମଧ୍ୟ  ଅକ୍ଷମ। ଏହି ଅସହାୟ ପରିବାର କୁ  ଆହା କହିବାକୁ କେହି ନାହାନ୍ତି। । ସରକାରୀ ସହାୟତା  ମଧ୍ୟ ସାତ ସପନ ।  ରହିବାକୁ ଘର ନାହିଁ.. ଚାଉଳ ମୁଠେ ପାଇଁ ବାର ଦୁଆର ହେବାକୁ ପଡିଥାଏ  ବାସନ୍ତିଙ୍କୁ। କିଏ ଦିଅନ୍ତି ତ ଆଉ କିଏ ଘଉଡେଇ ଦିଅନ୍ତି.. ଏ ଭାଗ୍ୟକୁ ଆଦରି ପଡି ରହିଛନ୍ତି ପୁରା ପରିବାର।  
ବାପା ମା ଦିଟା ସିନା ବୁଢା ହେଲେଣି ହେଲେ ଝିଅ ଟା ଏତେ ଛୋଟ ବୟସରେ ଏଭଳି ଅବସ୍ଥା ଦେଖି ବାଉନି ବାଉନି କାନ୍ଦୁଛନ୍ତି ବୁଢା ବାପା ମା ଦିଟା ।  
 ଏଭଳି ସ୍ଥିତିରେ ଦିନ କାଟୁଥିବା ଅଭାବୀ ପରିବାର ପାଖରେ ପହଂଚି ପାରିନି ପ୍ରଶାସନ । ଗାଁଲୋକ ଅଧିକାରୀଙ୍କୁ ଜଣାଇବା ପରେ ବି ଏ ଅସହାୟ ପରିବାର ପାଖରେ ସାହାଯ୍ୟ ପହଂଚିପାରିନି ।  
 କେବଳ ଆବାସ ଘରଟିଏ ମଞ୍ଜୁର ହେଇଛି । ହେଲେ ଘର କରିବ କିଏ । ଏନେଇ ବିଡିଓ କହିଥିଲେ  ତାଙ୍କର ଯେହେତୁ କେହି ନାହାଁନ୍ତି ତେଣୁ ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ ସହାୟତା କରିବି।   
 ବଂଚିବା ପାଇଁ ଆଶା ଛାଡି ଦେଇଥିବା ଏହି ପରିବାରକୁ   ସହାୟତାର ଆବଶ୍ୟକତା..  ସରକାରଙ୍କୁ ଗୁହାରି କରହିଛନ୍ତି ଏ ପରିବାର । ଭତ୍ତା କରାଇଦିଅନ୍ତୁ ଆଉ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦିଅନ୍ତୁ।  ଦେଖାଯାଉ  ମଉଳି ଯାଇଥିବା ମୁହଁରେ  ହସ କେବେ  ଫୁଟୁଛି । 
ଅଧିକ ଦେଖନ୍ତୁ: 

Sponsored
Three disabled people sitting in front of the broken house. Husband, wife and daughter. | Argus News