Videos
|
Odisha

Odisha Vigilance / ଅର୍ଥ ହେରଫେର ମାମଲାରେ ୩ ସରକାରୀ କର୍ମଚାରୀ ଗିରଫ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଅର୍ଥ ହେରଫେର ମାମଲାରେ ୩ ସରକାରୀ କର୍ମଚାରୀ ଗିରଫ
Odisha Vigilance

Key Points

୯ କୋଟି ୨୪ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲା
ଭିଜିଲାନ୍ସ ଦ୍ବାରା ୩ ସରକାରୀ କର୍ମଚାରୀ ଗିରଫ
ଜାଲ୍‌ ବିଲ୍‌ ପାସ୍‌ କରିବାକୁ ଟଙ୍କା କାରବାର ଅଭିଯୋଗ
ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା ଗିରଫ

୯ କୋଟି ୨୪ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲା... ୩ ସରକାରୀ କର୍ମଚାରୀ ଗିରଫ । ଭୁବନେଶ୍ବର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ ଆରେଷ୍ଟ । ଭୁବନେଶ୍ୱର R ଆଣ୍ଡ B ଡିଭିଜନରେ ୯ କୋଟି ୨୪ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଜାଲ୍‌ ବିଲ୍‌ ପାସ୍‌ କରିବାକୁ ଟଙ୍କା କାରବାର ଅଭିଯୋଗ ।

୯ କୋଟି ୨୪ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲାରେ ୩ ସରକାରୀ କର୍ମଚାରୀ ଗିରଫ । ଜାଲ୍‌ ବିଲ୍‌ ପାସ୍‌ କରିବାକୁ ଟଙ୍କା କାରବାର ଅଭିଯୋଗ । ଓଡ଼ିଶା ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ । ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା । ପୁରୀ ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌ କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଟ ବିଶ୍ବନାଥ ଦାସ ।

ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ । ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି । ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ରେ ଜାଲ୍‌ ବିଲ୍‌ ପାସ୍‌ କରିବା ଲାଗି ଅଭିଯୁକ୍ତ ବିଭୁଦତ୍ତ ନାୟକ ଟ୍ରେଜେରୀ କର୍ମଚାରୀ କୃଷ୍ଣଚନ୍ଦ୍ର ବେହେରାଙ୍କୁ ୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ୧୧ ଥରରେ ୩ ଲକ୍ଷ ୯୦ ହଜାର ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ପଠାଇଥିବା ଅଭିଯୋଗ ରହିଛି ।

ସେହିପରି ବିଶ୍ୱନାଥ ଦାସ ନିଜ ମା’, ସମ୍ପର୍କୀୟ ଏବଂ ଅନ୍ୟ ଆକାଉଣ୍ଟର ବ୍ୟାଙ୍କ ବିବରଣୀ ଦେଇଥିବା ଅଭିଯୋଗ ହୋଇଛି । ଏହି ଆକାଉଣ୍ଟଗୁଡ଼ିକରେ ଅବ୍ୟବହୃତ ଛୁଟି ଦରମା, ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ବାବଦରେ ଆସିଥିବା ଅର୍ଥ ଜମା ହୋଇଥିଲା । ମାମଲାରେ ପୂର୍ବରୁ ୨୭ ସେପ୍ଟେମ୍ବର ୨୦୨୬ରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି, ଯିଏ ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ୍‌ ଅଫିସର ଥିଲେ, ଏବଂ କନିଷ୍ଠ ସହାୟକ ବିଭୁଦତ୍ତ ନାୟକ ରହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: