ଗ୍ୟାସ ଟାଙ୍କି ଫାଟି ତିନି ଗୁରୁତର

ରାୟଗଡା: ଗ୍ୟାସ ଟାଙ୍କି ଫାଟି ତିନି ଗୁରୁତର । ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଡି. ସିବା,ଧର୍ମା ମିଣିଆକା ଓ ଦିନ ମିଣିଆକା ସମସ୍ତେ ହତିପଥର ରୋଡ଼ ରାଣୀଗୁଡା ଫାର୍ମ ନିକଟରେ ଗୋଟିଏ ଭଡା ଘରେ ରହୁଥିଲେ । ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ କରିବା ପରେ ହଠାତ୍ ଟାଙ୍କିରେ ନିଆଁ ଲାଗି ଥିଲା । ଯାହା ଫଳରେ ୩ ଜଣ ଗୁରୁତର ହୋଇଥିଲେ ।
ସୂଚନା ମୁତାବକ ତିନିଜଣ ଆଇଆପ୍ପା ଦୀକ୍ଷା ନେଇଥିବା ଏକ ଭଡାଘର ନେଇ ରହୁଥିଲେ । ଗ୍ୟାସ ଲିକେଜ୍ ଥିବା କାରଣରୁ ଗ୍ୟାସ ଅନ୍ କରିବା ମାତ୍ରେ ଜୋରରେ ନିଆଁ ଲାଗି ବ୍ଲାଷ୍ଟ ହୋଥିଲା । ଘର କବାଟ ବନ୍ଦ ଥିଲା ଏବଂ ଦୁଇଜଣ ଶୋଇଥିଲେ । ଏବଂ ଅନ୍ୟ ଜଣେ କୌଣସି କାର୍ଯ୍ୟ ନିମନ୍ତେ ଗ୍ୟାସ ଅନ୍ କରିଥିଲେ । କାଵଟ ବନ୍ଦ ଥିବା ହେତୁ ୩ ଜଣ ଅଧିକ ମାତ୍ରାରେ ଗୁରୁତର ହୋଇଛନ୍ତି ।