Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳିଆକୁ ଦେଖିବାକୁ ହେଲେ ଠେଲାପେଲା, ଚାଲିଗଲା ୩ ନୀରିହ ଜୀବନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାଳିଆକୁ ଦେଖିବାକୁ ହେଲେ ଠେଲାପେଲା, ଚାଲିଗଲା ୩ ନୀରିହ ଜୀବନ !

Key Points

ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ।

ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା ।

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ । ଶରଧାବାଲିରେ ଠେଲା ପେଲା, ୩ ଭକ୍ତ ମୃତ । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଲାଗିଥିଲା ଭିଡ଼ । ଏହି ସମୟରେ ହୋଇଥିଲା ଠେଲାପେଲା ପରିସ୍ଥିତି । ଦଳା ଚକଟାରେ କିଛି ଆହତ ଥିବା ସୂଚନା । କିଛି ଭକ୍ତ ଠେଲାପେଲାରେ ତଳେ ପଡ଼ିଯାଇଥିଲେ ।

୩ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମୃତକମାନେ ହେଲେ ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି, ବୟସ ୭୮ ବର୍ଷ, ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳର ବାସନ୍ତୀ ସାହୁ, ବୟସ ୩୬ ବର୍ଷ ଏବଂ ବାଲିପାଟଣା ବ୍ଲକ୍ ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ । ଗତକାଲି ଅପରାହ୍ନରେ ତିନି ରଥ ଟଣା ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲିରେ ଲାଗିଥିଲେ । ତା ପରଠାରୁ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଥିଲା। ମଧ୍ୟ ରାତ୍ରି ପ୍ରାୟ ୧୨ ଟା ୨୦ ମିନିଟ ସମୟରେ ଠାକୁରଙ୍କର ପହଡ଼ ପଡ଼ିଥିଲା । ରାତି ତମାମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କୁ ସୁଅ ଛୁଟୁଥିଲା। ଭୋର ୪ଟା ୨୦ ମିନିଟି ସମୟରେ ଫହଡ଼ ଫିଟା ହୋଇଥିଲା । ସେତେବେଳକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କର ସମାଗମ ଥିଲା । ଆଉ ଏହି ସମୟରେ ହୋଇଥିଲା ଠେଲାପେଲା । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।


ଏବେ ରତ୍ନ ସିଂହାସନ ଛାଡ଼ି ଶରଧାବାଲିରେ ଅଛନ୍ତି କାଳିଆ ସାଆନ୍ତ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଛି ତିନି ରଥ । ଆଉ ରଥ ଉପରେ ଦର୍ଶନ ନେଉଛନ୍ତି ଶ୍ରୀଜିଉ । ଆଜି ରଥାରୁଢ଼ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ନରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ ।

ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଗତକାଲି ଅପରାହ୍ନରେ ଶରଧାବାଲିରେ ଲାଗିଥିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ । ରାତି ତମାମ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରି କୃପା ଲାଭ କଲେ ଲକ୍ଷ ଲକ୍ଷ ଭକ୍ତ । ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି ହୃଦୟର ବେଦନା ଜଣାଇଛନ୍ତି ଶ୍ରଦ୍ଧାଳୁ ।

ଆସନ୍ତାକାଲିଠାରୁ ଆଡ଼ପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଭକ୍ତ । ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପଟେ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ରତ୍ନ ଭଣ୍ଡାର ସଂରକ୍ଷଣ କାମ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସଙ୍କ ସୂଚନା । ସରକାରଙ୍କ ଅନୁମୋଦିତ ଏସ୍‌ଓପି ଅନୁସାରେ ଶନିବାରଠାରୁ କାମ ଆରମ୍ଭ ହୋଇଛି । ଶନିବାର ନିରନ୍ତର ଭାବେ ୧୧ ଘଣ୍ଟା ୫୦ ମିନିଟ୍ ଧରି ASI ଟିମ କାମ କରିଛନ୍ତି ।

ଆଶା କରୁଛୁ ନିଳାଦ୍ରୀ ବିଜେ ସୁଦ୍ଧା ରତ୍ନଭଣ୍ଡାର ସଂରକ୍ଷଣ କାମ ସରିବ । ଭିତର ଭଣ୍ଡାର କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ପଟ ମରାମତି କାର୍ଯ୍ୟ ବାକି ରହିଛି । ନୀଳାଦ୍ରି ବିଜେ ପୂର୍ବରୁ ସମସ୍ତ ବଳକା ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Three innocent lives were lost, as they were pushed to see Kalia! | Argus News