Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / ଉତ୍ତରାରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·4 months ago·2 min read
ଉତ୍ତରାରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ
Road Accident

Key Points

ମର୍ଣ୍ଣିଂ ୱାକ ବେଳେ ପିଟିଲା କାର୍
ଭୁବନେଶ୍ବର ଉପକଣ୍ଠ ଉତ୍ତରାରେ ମର୍ମନ୍ତୁଦ ଦୁର୍ଘଟଣା
ଦ୍ରୁତ ଗତିରେ ଆସି ଦୁଇ ମହିଳାଙ୍କୁ ଦେଇଥିଲା ଧକ୍କା
ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ କାର୍ ଚାଳକ ମୃତ

ମୃତ୍ୟୁ... କେତେବେଳେ,କେଉଁଠି ଆଉ କେଉଁ ସମୟରେ ଆସେ ତାହା କାହାକୁ ଜଣାନାହିଁ । ଠିକ୍ ସେମିତି କିଛି ଘଟିଯାଇଛି ଆଜି ସକାଳୁ ସକାଳୁ । ଭୋର୍ ସମୟ... ସ୍ଥାନ ଉତ୍ତରା ନିକଟ କୃପାଜଳ ଇଞ୍ଜିନିୟରିଂ କଲେଜ ସମ୍ମୁଖ । ମର୍ଣ୍ଣିଂ ୱାକ୍ ରେ ବାହାରିଥାନ୍ତି ସ୍ଥାନୀୟ ଦୁଇ ମହିଳା । ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବାବେଳେ ହଠାତ୍ ଭୁବନେଶ୍ୱର ପଟୁ ଏକ କଳା ରଙ୍ଗର କାର୍ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ପଛ ପଟୁ ଦୁଇ ମହିଳାଙ୍କୁ ଧକ୍କା ଦେଲା । ଆଉ ଇଏ ତା ପରର କଥା କହିଲେ ନସରେ । କାନ୍ଦ ବୋବାଳି..ରଡି ରେ ଫାଟି ପଡୁଛି ଏ ଅଞ୍ଚଳ । ଏମିତି ଦୁର୍ଘଟଣା ବୋଧେ କେହି କେବେ କଳ୍ପନା କରିନଥିବେ ।

କେମିତି ରାସ୍ତା କଡକୁ ଦୁଇ ମହିଳା ଝିଟିକ୍ ପଡିଛନ୍ତି । ହାତ, ଗୋଡ, ମୁହଁ ସବୁ ବଙ୍କା ହୋଇଯାଇଛି । ଗାଡିଟି ଏମିତି ପିଟିଛି ସବୁ ଛାରଖାର୍ । ଯିଏ ବି ଏ ଦୃଶ୍ୟ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । ଦୁର୍ଘଟଣାର ମୁହୁର୍ତ୍ତ ଯେ କେତେ ଭୟଙ୍କର ଥିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଅକରାଣର ୩ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଆଉ ଜଣେ ବ୍ୟକ୍ତି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

ପୁଣି ଦୁର୍ଘଟଣା ଘଟାଇଥିବା ସେ କାରର ଅବସ୍ଥା କହିଲେ ନସରେ । ଉତ୍ତରା ଅଞ୍ଚଳର ଦୁଇ ଜଣ ମହିଳା ସବୁ ଦିନ ପରି ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତାରେ ଚାଲୁଥିବା ବେଳେ ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଳା ରଙ୍ଗର କାର୍ ଭାରସାମ୍ୟ ହରାଇ ପିଟିଥିଲା । କାର୍ ଦୁର୍ଘଟଣା ହୋଇ ରାସ୍ତା ତଳକୁ ଛିଟିକି ପଡିଥିବାବେଳେ କାର ଭିତରେ ଥିବା ଦୁଇ ଜଣକ ଭିତରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ମହିଳା ଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଓଭର୍ ସ୍ପିଡିଂରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଗାଡ଼ି ଏକ ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହେବା ସହ ଭାରସ୍ୟାମ ହରାଇ ନିକଟରେ ଥିବା ଏକ ଜୋର ଭିତରକୁ ଖସି ପଡ଼ିଥିଲା ।

ଦୁର୍ଘଟଣାଗ୍ରସ୍ତ କାରକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବାବେଳେ ଦୁଇଟି ଆମ୍ବୁଲାନ୍ସ ପହଁଞ୍ଚି ସମସ୍ତଙ୍କୁ ଭୁବନେଶ୍ୱର ମେଡିକାଲ ନେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଘଟଣାସ୍ଥଳରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ପିପିଲି ପୋଲିସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଘଟଣାସ୍ଥଳରେ ପହଁଛି ଘଟଣାର ତଦନ୍ତ କରୁଛି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Accident | Three Killed in Tragic Car Accident in Uttara | Argus News