Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ଓଡ଼ିଶା ଆସିବେ ଆଉ ତିନି ମହାବଳ ବାଘ

Rashmita Mishra
Browse all articles by Rashmita Mishra
·1 year ago
ଖୁବଶୀଘ୍ର ଓଡ଼ିଶା ଆସିବେ ଆଉ ତିନି ମହାବଳ ବାଘ

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶା ଆସିବେ ଆଉ ତିନି ମହାବଳ ବାଘ । ଏନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ ଡେବ୍ରିଗଡ ଅଭୟାରଣ୍ୟରେ ଛଡ଼ାଯିବ । 5 ମହାବଳ ବାଘ ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏ ଦୁଇ ମହାବଳ ବାଘ ସମ୍ପୂର୍ଣ୍ଣ ଖାପ୍ ଖୁଆଇଲା ପରେ ଆଉ ତିନି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେପଟେ ବାଘୁଣୀ ଜିନ୍ନତ ସୁସ୍ଥ ଥିବା ନେଇ ବି ମନ୍ତ୍ରୀ ସୂଚନା ଦେଇଛନ୍ତି । ଜଳକ୍ରୀଡ଼ା କରୁଛି, ଖାଦ୍ୟ ଆହରଣ ବି କରୁଛି । ଶିମିଳିପାଳର ଦକ୍ଷିଣ ଭାଗରେ ବାଘୁଣୀକୁ ଛଡ଼ାଯିବ । ଯମୁନା ବି ସେଠାରେ ରହୁଛି ବୋଲି କହିଛନ୍ତି ମନ୍ତ୍ରୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
three-more-tigers-will-soon-arrive-in-odisha | Argus News