Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ

Odisha

ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ

Smruti Parija
Browse all articles by Smruti Parija
·2 years ago·1 min read
ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ

ଅର୍ଗସ ବ୍ୟୁରୋ: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ଦେବେ ରିଟର୍ନିଙ୍ଗି ଅଫିସର । ଓଡ଼ିଶାରୁ ତିନୋଟି ଆସନ ଖାଲି ହେଉଥିବା ବେଳେ ତିନି ପ୍ରାର୍ଥୀଙ୍କ ଛଡା ଅନ୍ୟ କୌଣସି ପ୍ରାଥି ନାମାଙ୍କନ ଭରି ନଥିବାରୁ ଅଶ୍ବିନୀ, ଦେବାଶିଷ ଓ ଶୁଭାଶିଷ ନିର୍ଦ୍ୱନ୍ଦରେ ନିର୍ବାଚିତ । 

ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ  ଉପସ୍ଥିତିରେ ବିଜେଡିରୁ ଦୁଇ କ୍ୟାଣ୍ଡେଟ ନାମାଙ୍କନ ଭରି ଥିବା ବେଳେ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ବିନୀ ବୈଷ୍ଣବ । ତେବେ ଖୁବଶୀଘ୍ର ଅଶ୍ବିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Three Rajya Sabha candidates from Odisha were elected in the polls | Argus News