ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ୩ ପର୍ଯ୍ୟଟକ
·1 year ago

Key Points
ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ୩ ପର୍ଯ୍ୟଟକ
ଦୁଇ ଉଦ୍ଧାର ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ମୃତ, ଜଣେ ମେଡିକାଲରେ
ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ୩ ପର୍ଯ୍ୟଟକ । ଜଣେ ମୃତ ଓ ଜଣେ ନିଖୋଜ । ଅନ୍ୟ ଜଣେ ପର୍ଯ୍ୟଟକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଘଟିଛି ଏଭଳି ଅଘଟଣ । ସମୁଦ୍ରରେ ଗାଧୋଇବାବେଳେ ଭାସି ଯାଇଥିଲେ ୩ ପର୍ଯ୍ୟଟକ । ଖବର ପାଇ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟକଙ୍କୁ ସ୍ପିଡ୍ ବୋଟ୍ ମାଧ୍ୟମରେ ଉଦ୍ଧାର କରିବାକୁ ଯାଇଥିଲେ ।
ଦୁଇ ଜଣଙ୍କୁ ଉଦ୍ଧାର କରିଥିଲାବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ପର୍ଯ୍ୟଟକ ମେଡିକାଲରେ ଭର୍ତ୍ତି ଅଛନ୍ତି । ନିଖୋଜ ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: