Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ

Key Points

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଭାବନୀୟ ଘଟଣା। ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ। ବିଦ୍ୟୁତ ସଂଯୋଗ କରି ଶ୍ରମିକମାନେ ପାଇଖାନା ଟାଙ୍କି କାମ କରୁଥିଲେ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଭାବନୀୟ ଘଟଣା। ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ। ବିଦ୍ୟୁତ ସଂଯୋଗ କରି ଶ୍ରମିକମାନେ ପାଇଖାନା ଟାଙ୍କି କାମ କରୁଥିଲେ। ବିଦ୍ୟୁତ ଆଘାତରେ ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କର ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଛି।


ମୃତ ଶ୍ରମିକ ହେଲେ ହରେକୃଷ୍ଣ ଦାସ, ନରହରି ବେହେରା ଏବଂ ବାବାଜୀ ମାଝୀ। ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ସେପଟେ ସିମୁଳିଆରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଧାୟକଙ୍କ ସହ ତୁରନ୍ତ ଭଦ୍ରକ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored