Videos
|
Odisha

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ତିନି ବର୍ଷର ଇଶାନ୍ତ 

Manini Pattanayak
Browse all articles by Manini Pattanayak
·1 year ago·2 min read
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ତିନି ବର୍ଷର ଇଶାନ୍ତ 

ବ୍ରହ୍ମପୁର:  ନା ଯାଇଛନ୍ତି ସ୍କୁଲ, ନା  ଠିକ ଭାବେ କଥା କହି ପାରୁଛନ୍ତି । ଚଗଲାମିର ବୟସ କିନ୍ତୁ ଏହି ବୟସରେ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡର ସଫଳତା । ଏପରି ସଫଳତା ପାଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କନିସି ଅଞ୍ଚଳ ନିବାସୀ ଗାୟତ୍ରୀ ଗୌଡ଼ ଓ ମନୋଜ କୁମାର ଗୌଡ଼ଙ୍କ ପୁଅ ଇଶାନ୍ତ କୁମାର ଗୌଡ଼।  ସାଧାରଣରେ କୁହାଯାଏ ଯେ ପିଲାମାନେ ପ୍ରଥମେ ନଜ ମାତା ପିତାଙ୍କ ଠାରୁ ବିଭିନ୍ନ ଶିକ୍ଷା ଲାଭ କରିଥାନ୍ତି l ତେଣୁ ପିତା ମାତା ହେଉଛନ୍ତି ଶିଶୁର ପ୍ରଥମ ଶିକ୍ଷକ l ଏହାକୁ ବାସ୍ତବରେ ସତ କରି ଦେଖାଇଛନ୍ତି ତିନି ବର୍ଷର ଇଶାନ୍ତ l ସେ ଫ୍ଲାଷ କାର୍ଡ ଓ ୟୁଟୁବ ମାଧ୍ୟମରେ ନିଜ ମାଙ୍କ ଠାରୁ ବିଭିନ୍ନ ପ୍ରକାରର ଶିକ୍ଷା ଗ୍ରହଣ କାରବାକୁ ଆଗ୍ରହ ଦେଖାଇ ଥିଲେ l

ସେ ବିଭିନ୍ନ ପ୍ରକାରର 13ଟି ଫଳ, 11ଗୋଟି ପନିପରିବା, 26 ପ୍ରକାରର ବିଭିନ୍ନ ପଶୁ, 20 ପ୍ରକାରର ବିଭିନ୍ନ ଗାଡି, 19 ପକ୍ଷୀ, ମାସର ନାମ, ଛଅଟି ଋତୁର ନାମ, 1 ଠାରୁ 20 ପଯ୍ୟନ୍ତ ସଂଖ୍ୟା ମନେ ରଖିବା, ବିଭିନ୍ନ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର କହିବା, ହିନ୍ଦୀ ଓ ଇଂରାଜି  ରେ ବିଭିନ୍ନ ଶିଶୁ ଗୀତ ଗାଇବା ଭଳି କାର୍ଯ୍ୟ କରି ସେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ଅନ୍ୟ ଶିଶୁଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l  ପିଲାଟି ଦିନରୁ ହିଁ ସେ ବେଶ ପ୍ରତିଭାବାନ । ଅଢେଇବର୍ଷ ବୟସରେ ସବୁ କିଛି ଜାଣିବାର ଇଚ୍ଛା ଶକ୍ତି ଦେଖି ପରିବାର ଲୋକେ ତାଙ୍କୁ କିଛି ନୂଆ କରିବାର ଉଦ୍ୟମ କରିଥିଲେ । ଯାହାକି ତାଙ୍କ ନାମକୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ଆବେଦନ କରିଥିଲେ । ଇଶାନ୍ତ ନୁଆଁ ନୁଆଁ କଥା ଜାଣିବା ଓ ଶିଖିବାର ଇଛା ଦେଖି ବାପା ମା ତାଙ୍କୁ ତାର ପାଠ ପଢିବାରେ ସହଯୋଗ କରୁଥିଲେ ।  ଆଜି ପୁଅ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ସେ ଅତ୍ୟନ୍ତ ଖୁସି ହେବା ସହ ଅନ୍ୟ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି କହିଛନ୍ତି। 
 ଅଧିକ  ଦେଖନ୍ତୁ : 
 
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Three-year-old Ishant has entered the India Book of Records | Argus News