Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳବୈଶାଖୀ ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୩ ଦିନ ପରେ ବଢ଼ିବ ଦିନ ତାପମାତ୍ରା

Sushanta Sahoo
Browse all articles by Sushanta Sahoo
·1 year ago·1 min read
କାଳବୈଶାଖୀ ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୩ ଦିନ ପରେ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ କାଳବୈଶାଖୀ ବର୍ଷା ଆହୁରି ୪ ଦିନ ଲାଗି ରହିବ । ୨୪ ତାରିଖ ପରେ ପାଗରେ ଆସିବ ପରିବର୍ତ୍ତନ । ପାଣିପାଗ ନେଇ ଏମିତି ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ଓଡ଼ିଶା ଉପରେ ୨ଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି । ଯାହା ପ୍ରଭାବରେ ବର୍ଷା ହେଉଛି ।


ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ, ଗଜପତି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ୧୦ ଜିଲ୍ଲା ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତାପରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇ ପାରେ ।

Sponsored
Thunderstorm Alert To 9 Districts Of Odisha | Argus News