Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Theft Case / ପ୍ରେମ ପାଇଁ ନୁହେଁ ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ

Rashmita Mishra
Browse all articles by Rashmita Mishra
·6 months ago·2 min read
ପ୍ରେମ ପାଇଁ ନୁହେଁ ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ
Theft Case

Key Points

ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ ।
ଏଥର କିନ୍ତୁ ପ୍ରେମ ପାଇଁ ନୁହେଁ ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ ।
ଗ୍ୟାସ୍ ସିଲିଣ୍ଡର ଚୋରି କରି ଗିରଫ ହୋଇଛନ୍ତି ଆଲୋକ ଭୋଳ ।

ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ । ଏଥର କିନ୍ତୁ ପ୍ରେମ ପାଇଁ ନୁହେଁ ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ । ଗ୍ୟାସ୍ ସିଲିଣ୍ଡର ଚୋରି କରି ଗିରଫ ହୋଇଛନ୍ତି ଆଲୋକ ଭୋଳ । ତାଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିବା ସହ ତାଙ୍କଠାରୁ ଗ୍ୟାସ୍ ସିଲିଣ୍ଡର, ଏକ ଡ୍ରିଲ୍ ମେସିନ ଓ ଯାତ୍ରୀବାହୀ ଅଟୋ ଜବତ କରିଛି ।

ସୋସିଆଲ ମିଡିଆରେ ରାତାରାତି ଭାଇରାଲ ହୋଇଥିବା ଟୁଙ୍ଗୁରୁ ଭୋଳଙ୍କୁ ଏକ ଚୋରି ମାମଲାରେ ତମାଣ୍ଡୋ ପୋଲିସ ତାଙ୍କୁ ଗିରଫ କରିଛି । ଏକ ରାଜମିସ୍ତ୍ରିଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଟୋକୁ ଚିହ୍ନଟ କରିବା ପରେ ଟୁଙ୍ଗୁରୁ ଓରଫ ଆଲୋକ ଭୋଳଙ୍କୁ ଗିରଫ କରିଛି। ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ଜିଲା ହିଞ୍ଜିଳିରେ ହୋଇଥିବାବେଳେ ସେ କଳିଙ୍ଗ ନଗର କେ-୩ରେ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ସୁଧାକର ବୃତ୍ତିରେ ଜଣେ ରାଜମିସ୍ତ୍ରି ହୋଇଥିବାବେଳେ ସେ ତମାଣ୍ଡୋ ଥାନା ଅନ୍ତର୍ଗତ କୁବେର ସାହିରେ ଥିବା ଏକ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ସେଠାରେ ଥିବା ଏକ ଷ୍ଟୋର୍‌ ରୁମ୍‌ରେ ସେ ନିଜର ଯନ୍ତ୍ରପାତି ରଖିଥିଲେ। ଗତ ୧୦ ତାରିଖ ମଧ୍ୟାହ୍ନ ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ ଅଭିଯୁକ୍ତ ଟୁଙ୍ଗୁରୁ ଏକ ଅଟୋ ଯୋଗେ ଉକ୍ତ ଷ୍ଟୋର ରୁମ୍‌ ନିକଟରେ ପହଞ୍ଚତ୍ବା ସହ ସୁଧାକରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଭିତରେ ଥିବା ସିଲିଣ୍ଡର, ଏକ ଡ୍ରିଲ୍‌ ମେଶିନ ଏବଂ ରସ ପାତ୍ର ଚୋରି କରି ନେଇଯାଇଥିଲେ। କାମରୁ ଫେରିବା ପରେ ସୁଧାକର ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ପରେ ସେ ଏନେଇ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାରେ ଟୁଙ୍ଗୁରୁ ଚୋରିରେ ସମ୍ପୃକ୍ତ ଥିବା ଜାଣିବାକୁ ମିଳିଥିଲା। ଟୁଙ୍ଗୁରୁଙ୍କୁ ଧରିବା ପରେ ପୋଲିସ ତାଙ୍କ ନିକଟରୁ ଚୋରି ଜିନିଷ ଜବତ କରିଥିଲା। ଟୁଙ୍ଗୁରୁଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର, ନନ୍ଦନକାନନ ଓ ତମାଣ୍ଡୋ ଥାନାରେ ଆପରାଧିକ ମାମଲା ରହିଛି।

ପୂର୍ବରୁ ମଧ୍ୟ ଏକ ଗ୍ୟାରେଜରେ ପଶି ଚୋରି କରିବା ପରେ ଧରା ପଡିଥିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ । ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ମଧ୍ୟାହ୍ନ ସମୟରେ ଗ୍ୟାରେଜ ରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ଉକ୍ତ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର, ଓ ତମା କେବୁଲ ତାର ଚୋରି କରି ନେଇଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Theft Case | Not for Love, Thunguru Bhola Lands in Jail After Theft Case | Argus News