Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pitabash Panda Murder Case / ଟିଆଇ ପରେଡ଼ ଦ୍ୱାରା ଚିହ୍ନଟ ହେଲେ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ

Rashmita Mishra
Browse all articles by Rashmita Mishra
·7 months ago·2 min read
ଟିଆଇ ପରେଡ଼ ଦ୍ୱାରା ଚିହ୍ନଟ ହେଲେ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ

Key Points

ପୀତବାସ ହତ୍ୟା ମାମଲା, ଆସିଲା TI ପରେଡ଼ ରିପୋର୍ଟ
TI ପରେଡ଼୍ ଦ୍ୱାରା ଚିହ୍ନଟ ହେଲେ କେବଳ ଚିଣ୍ଟୁ ଓ କୁରୁପତି
ବ୍ରହ୍ମପୁର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ୮ ଜଣଙ୍କର ହୋଇଥିଲା TI ପରେଡ଼୍

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଟିଆଇ ପରେଡ଼ ରିପୋର୍ଟ ଆସିଛି । । ଟିଆଇ ପରେଡ଼୍ ଦ୍ୱାରା ଚିହ୍ନଟ ହେଲେ କେବଳ ଚିଣ୍ଟୁ ଓ କୁରୁପତି । ୮ ଜଣଙ୍କର ହୋଇଥିଲା ଟିଆଇ ପରେଡ଼୍ । ଜେଏମଏଫସି (ଏଲଆର ଏବଂ ଏଲଟିଭି) ବ୍ରହ୍ମପୁର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ୫ ଜଣ ସାକ୍ଷୀ ଦୁଇଟି ପ୍ରଯ୍ୟାୟରେ ମୋଟ ୮ଜଣଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା । କିନ୍ତୁ ସାକ୍ଷୀମାନେ କେବଳ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି । ମାଜିଷ୍ଟ୍ରେଟ ଏହି ଟିଆଇ ପରେଡ଼ ରିପୋର୍ଟକୁ ଏସଡ଼ିଜେଏମ କୋର୍ଟରେ ଉପସ୍ଥାପନ କରିଥିବା ଜଣାପଡ଼ିଛି ।

ତେବେ ସାକ୍ଷୀଙ୍କ ଦ୍ବାରା କେବଳ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଚିହ୍ନଟ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଏହି ଟିଆଇ ପରେଡ଼ ରିପୋର୍ଟ ଏସଡ଼ିଜେଏମଙ୍କ କୋର୍ଟରେ ଦାଖଲ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁର ଜେଲରେ ପ୍ରଥମ ପର୍ଯ୍ୟାୟରେ ଏହି ମାମଲାର ୫ ଅଭିଯୁକ୍ତ ଯଥା ଶିଶୁପାଳ କୁମାର ପାଷ୍ଠାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ପାଇଁ ଓ ଉମା ଶଙ୍କର ବିଶୋୟୀଙ୍କୁ ଚିହ୍ନଟ କରିବା ପାଇଁ ଦୁଇଜଣ ସାକ୍ଷୀଙ୍କୁ ଟିଆଇ ପରେଡରେ ସାମିଲ କରାଯାଇଥିଲା ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଅର୍ଥାତ ଗତ ସୋମବାର କୁରୁପତି ଭୂୟାଁ, ବିଷ୍ଣୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଟିଆଇ ପରେଡ଼ରେ ସାକ୍ଷୀମାନେ କାହାରିକୁ ଚିହ୍ନଟ କରିପାରି ନଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଟିଆଇ ପରେଡ଼ରେ ଚିଷ୍ଣୁ ପ୍ରଧାନ ଓ କରୁପତି ଭୂୟାଁଙ୍କୁ ସାକ୍ଷୀ ଚିହ୍ନଟ କରିଥିବା ଜଣାପଡ଼ିଛି। ତେବେ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତଙ୍କୁ ସାକ୍ଷୀ ଚିହ୍ନଟ କରିପାରିନଥିବା ସୂଚନା ମିଳିଛି।

ସୂଚନା ଥାଉକି, ଗତ କୁମାରପୂର୍ଣ୍ଣମୀ ରାତିରେ ପୀତବାସଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ଏମାନେ । ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ୨ ଜଣ ଦୁର୍ବୁତ୍ତ ବାଇକରେ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି । ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବ୍ରହ୍ମାନଗର ନିକଟରେ ଗୁଳିମାଡ଼ କରିଥିଲେ । ରାତି ପ୍ରାୟ ୧୦ଟାରେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପୀତବାସଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pitabash Panda Murder Case | Accused Kurupati Bhuyan and Chintu Pradhan Identified Through TI Parade | Major Break in Investigation | Argus News