Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Similipal / ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା

Rashmita Mishra
Browse all articles by Rashmita Mishra
·8 months ago·2 min read
ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା

Key Points

ଶିମିଳିପାଳ ଟାଇଗର ରିଜର୍ଭରେ ଆରମ୍ଭ ହେଲା ବାଘ ଗଣନା MTCAର ପ୍ରୋଟୋକଲ ଅନୁସାରେ, ୨ଟି ପର୍ଯ୍ୟାୟରେ ହେବେ ଗଣନା ୧୦୩ଟି ବିଟରେ ନିୟୋଜିତ ସର୍ଭେ ଟିମ୍

ଶିମିଳିପାଳ ଟାଇଗର ରିଜର୍ଭରେ ଆରମ୍ଭ ହୋଇଛି ସର୍ବଭାରତୀୟ ବାଘ ଗଣନା । ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ ତଥା ଏନଟିସିଏର ପ୍ରୋଟୋକଲ୍ ଅନୁଯାୟୀ, ଏହି ଗଣନା ଟାଇଗର ରିଜର୍ଭ ସ୍ତରରେ ଦୁଇଟି ପର୍ଯ୍ୟାୟରେ ହେବ । ଶିମିଳିପାଳ ଦକ୍ଷିଣ ବିଭାଗରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଗଣନାରେ ୧୦୩ଟି ବିଟ୍‌ରେ ୧୦୩ଟି ପ୍ରଶିକ୍ଷିତ ସର୍ଭେ ଦଳ ନିୟୋଜିତ ହୋଇଛନ୍ତି ।

ଏହି ପର୍ଯ୍ୟାୟ ୨୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହା ମାଧ୍ୟମରେ ମାଂସାହାରୀ ପ୍ରାଣୀଙ୍କ ଅଞ୍ଚଳ ଓ ଶାକାହାରୀ ପ୍ରାଣୀଙ୍କ ଘନତ୍ୱ ଗଣନା କରାଯିବ। ରାଜ୍ୟର ଅନ୍ୟ ଅଭୟାରଣ୍ୟ ଅପେକ୍ଷା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଅଧିକ ମହାବଳ ଥିବାରୁ ଏହା ଉପରେ ଅଧିକ ଫୋକସ୍ ରହିଛି । ବାଘ ଗଣନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ସ୍ବତନ୍ତ୍ର ମୋବାଇଲ୍ ଆପ୍ ଓ ‘ଏଆଇ’ ବ୍ୟବହାର କରାଯାଉଛି। ପୂର୍ବପେକ୍ଷା ଏଥର ଶିମିଳିପାଳରେ ନିଶ୍ଚିତ ବାଘସଂଖ୍ୟା ବଢ଼ିବ ବୋଲି କହିଛନ୍ତି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ଉପନିର୍ଦ୍ଦେଶକ।

ଗଣନାର ଦ୍ଵିତୀୟ ପର୍ଯ୍ୟାୟରେ ଓ୍ଵାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ଜିଓଗ୍ରାଫିକ୍ସ ଇନଫରମେସନ ସିଷ୍ଟମ (GIS) ତଥ୍ୟ ଅନୁଯାୟୀ କେଉଁଠାରେ କେତେ ଘନତା ବିଶିଷ୍ଟ ଜଙ୍ଗଲ ଓ ତୃଣଭୋଜୀ ପ୍ରାଣୀ ଅଛନ୍ତି, ସେସବୁ ମଧ୍ୟ ଚିହ୍ନଟ ହେବ।

ଡିସେମ୍ବରରୁ ତୃତୀୟ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ୍ ପାଇଁ ବିଭିନ୍ନ ସ୍ଥାନରେ ମୋସନସେନସର୍ କ୍ୟାମେରା ଲଗାଯିବ । ଅଧିକ ଏରିଆ କଭରେଜ୍ ପାଇଁ କ୍ୟାମେରା ସଂଖ୍ୟାକୁ ବହୁ ସଂଖ୍ୟାରେ ବଢ଼ାଯାଇଛି। ଜାନୁଆରି ଶେଷ ସୁଦ୍ଧା ବିଭିନ୍ନ ବନାଞ୍ଚଳ ଦ୍ଵାରା ସମ୍ପୃକ୍ତ ଅଞ୍ଚଳର କ୍ୟାମେରା ତଥ୍ୟକୁ ବିଶ୍ଳେଷଣ ପାଇଁ NTCA ପାଖରେ ଦାଖଲ କରିବାକୁ ହେବ ।

ଶିମିଳିପାଳରେ ୧୭୩ଟି ବିଟ୍ ରହିଛି । ପ୍ରତି ବିଟ୍ ରୁ ୨ଜଣ ଲେଖାଏଁ ବାଘଗଣନା କାମରେ ନିୟୋଜିତ ହୋଇଛନ୍ତି । ଏହି ଗଣନା ବାଘ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଶିମିଳିପାଳର ଜୈବ ବିବିଧତା ସମ୍ପର୍କରେ ନୂଆ ତଥ୍ୟ ପ୍ରଦାନ କରିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ବ୍ୟାଘ୍ରସଂରକ୍ଷଣ ଅଞ୍ଚଳର ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Similipal | Tiger Census Begins in Similipal | Wildlife Conservation Update | Odisha News | Argus News