Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକ୍ଟୋବରରୁ ବାଘଗଣନା, ଶିମିଳିପାଳରେ ବଢ଼ୁଛି ବାଘ ସଂଖ୍ୟା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅକ୍ଟୋବରରୁ ବାଘଗଣନା, ଶିମିଳିପାଳରେ ବଢ଼ୁଛି ବାଘ ସଂଖ୍ୟା

ଅକ୍ଟୋବରରୁ ଆରମ୍ଭ ହେବ ବାଘଗଣନା ପ୍ରକ୍ରିୟା । ଏନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପ୍ରକ୍ରିୟା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦେଶର ବିଭିନ୍ନ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକଙ୍କୁ ବାଘ ଗଣନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଶିମିଳିପାଳରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦେଶର ବିଭିନ୍ନ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକଙ୍କୁ ବାଘ ଗଣନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଶିମିଳିପାଳରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବାରିପଦା ସର୍କଲର ଶିମିଳିପାଳ ସମେତ ୭ଟି ଡିଭିଜନ ଡେପୁଟି ଡାଇରେକ୍ଟର, ଡିଏଫଓ, ଏସିଏଫ୍ ଓ ଓ୍ବାଇଲ୍ଡଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟତଃ ଟାଇମ ସିଡ୍ୟୁଲ, ଇକ୍ୟୁପମେଣ୍ଟ, ଟ୍ରାପ କେମେରା ଭଳି ବାଘ ଗଣତି ପାଇଁ ଆବଶ୍ୟକ ଜିନିଷପତ୍ର ବିଷୟରେ ଆଲୋଚନା କରାଯାଇଥିଲା । ଏପ୍ରିଲ ଓ ମେ ମାସ ସୁଦ୍ଧା ଗାର୍ଡ ଓ ଫରେଷ୍ଟର ମାନଙ୍କର ତାଲିମ କାର୍ଯ୍ୟ ସମାପ୍ତ କରାଯିବ । ଅକ୍ଟୋବର ମାସରୁ ବିଭିନ୍ନ ପର୍ଯ୍ୟାୟରେ ଗଣତି ପ୍ରକିୟା ଚାଲୁ ରହିବ । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ଏକ ହଜାରରୁ ଉର୍ଦ୍ଧ ଟ୍ରାପ କେମେରାର ଡାଟା ସଂଗ୍ରହ କରି ଏନଟିସିଏ ପାଖରେ ଦାଖଲ କରାଯିବ । ତେବେ ଏଥର ବାଘ ଗଣନା ରିପୋର୍ଟ ବେସ ସନ୍ତୋଷ ଜନକ ରହିବ ବୋଲି କହିଛନ୍ତି ଶିମିଳିପାଳର ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ।

୨୭୫୦ ବର୍ଗ କିଲୋମିଟର ବ୍ୟାପୀ ଶିମିଳିପାଳ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ । ଶିମିଳିପାଳ କଳାବାଘ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶତାଧିକ ରୟାଲ ବେଙ୍ଗଲ ଟାଇଗରଙ୍କ ଏହା ଆଶ୍ରୟ ସ୍ଥଳ ହୋଇଥିବା ବେଳେ ନିକଟରେ ଏହାର ସଂଖ୍ୟା କମିଯାଇ ୮ରେ ପହଞ୍ଚିଥିଲା । ଯାହା ପରିବେଶ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା । ମାତ୍ର ଶିକାରୀ ଦମନ, ପାଟ୍ରୋଲିଂ ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ପାଇଁ ଏବେ ବାଘ ସଂଖ୍ୟା ବଢିଛି ।

ଅଦ୍ୟାବଧି ୩୯ଟି ବାଘ ରହିଥିବା ବେଳେ ଅଧିକ ସଂଖ୍ୟକ ମିଲେନାଷ୍ଟିକ ପ୍ରଜାତିର ବାଘ ବା କଳାବାଘ ରହିଥ‌ିବା ନେଇ "ଅଲ ଓଡିଶା ଟାଇଗର ଏସଟିମେସନ" ରିପୋର୍ଟରେ ସୂଚନା ପ୍ରକାଶ ପାଇଥିଲା । ତେବେ ନିକଟରେ ବାଘ ଗଣନା ହେବା ନେଇ ଖବର ଆସିବା ପରେ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପ୍ରକୃତି ପ୍ରେମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଏଥର ବାଘ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ଆଶା ମଧ୍ୟ ବାନ୍ଧିଛନ୍ତି ।

ପୂର୍ବରୁ ଶିମିଳିପାଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ତାଳମେଳ ରହିନଥିବା ବେଳେ ଶିକାରୀ ଦମନ ଯୋଗୁଁ ବାଘ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger census from October, tiger numbers increasing in Similipal | Argus News