Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା

Odisha

ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା

Ritu Das
Browse all articles by Ritu Das
·11 months ago·1 min read
ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା

Key Points

ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା

ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ରେ ଆରମ୍ଭ ହୋଇଛି ବାଘ ଗଣନା । କୁଶଙ୍ଗ ବନାଞ୍ଚଳର କୁସଙ୍ଗ, ଶ୍ରୀପାଜୁ, ଶୀତଳପାଣି ୩ ଗୋଟି ଫରେଷ୍ଟ ସେକ୍ସନର ୧୧ଟି ବିଟ୍ ରେ ଯଥା କୁଶଙ୍ଗ, କୁମାରୀ, ଅତଲସରା, ଶୀତଳପାଣି, ସୁନଖଣୀଆ, ମାରଡା, ପଦ୍ମତୋଳା, ନୂଆପଡ଼ା, ଶ୍ରୀପାଜୁ , ହିଞ୍ଜଳ , ନନ୍ଦାଗାଡୁ ଆଦି ରେ ଗଣନା ହେଉଛି। ଗୋଟିଏ ବିଟ ପିଛା ୧୫ଟି ଲେଖାଏଁ PIP ମୋଟ ୧୧ଗୋଟି ବିଟ ରେ ୧୬୫ଟି PIP ରେ ବାଘ ର ପାଦ ଚି଼ହ୍ନ ନମୁନା ସଂଗ୍ରହ ପାଇଁ ନଦୀ କୂଳ , ନାଳ ପଠା, ସମତଳ ସ୍ଥାନରେ ତିଆରି କରାଯାଇଥିଲା।


ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା, ଟ୍ରାନଜାକ ଲାଇନ ପ୍ରାୟ ୨କିଲୋମିଟର, ପ୍ରତି ୪ଶହ ମିଟର ରେ ଗୋଟିଏ ପଏଣ୍ଟ, PIP ନିର୍ମିତ ହୋଇଛି l ବାଘ ଗଣନାରେ ୩୩ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗୋଟିଏ ଟିମରେ ତିନି ଜଣ ଲେଖାଏଁ ବନ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିବା ଜଣା ପଡିଛି । ବାଘ ଗଣନା ରେ ବାଘ ର ପାଦ ଚିହ୍ନ, ସହିତ ମଳ, ପରିସ୍ରା, ଗଛ ରାମ୍ପୁଡା, ନମୁନା ସଂଗ୍ରହ ହୋଇଛି। ଅନ୍ୟପଟେ ମାଂସାସୀ ପ୍ରାଣୀଙ୍କର ମଧ୍ୟ ଗଣନା ହେଉଛି । ଯଥା ବିଲୁପ୍ତ ମାଂସାସୀ ପ୍ରାଣୀ କଲରା ପତରିଆ ଓ ମହାବଳ ବାଘ, ହେଟା ବାଘ, ବିଲୁଆ, କୋକିଶିଆଳି, ଭାଲୁ, ଜଙ୍ଗଲ ବିରାଡ଼ି, ଓଧ, ମେଘା ହରିଣ, ହାତୀ ଓ ଗୟଳ ସାମିଲ ଥିବା ବେଳେ ଏହାର ଗଣନା ଚାଲିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tiger-count-begins-in-boudh | Argus News