Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା

Rashmita Mishra
Browse all articles by Rashmita Mishra
·1 year ago·1 min read
 ଆଜିଠୁ ଶିମିଳିପାଳରେ  ଆରମ୍ଭ ହେଲା ବାଘ ଗଣନା

ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା। ୮ଟି ଟିମରେ ୮୫ ଜଣ କର୍ମଚାରୀ ଗଣିବେ ବାଘ । ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା । ବନବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବାଘ ଗଣନାରେ ଉପଯୋଗ ହେବେ ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରା । ସେମାନେ ଜଙ୍ଗଲରେ ବାଘର ପାଦଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିବେ । ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ଦେଇ ବର୍ଷତମାମ ଚାଲିବ ।


ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ଦିଆଯିବ । ଏବଂ ୨୦୨୬ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଶିମିଳିପାଳ ଟାଇଗର ରିଜର୍ଭ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି । ପ୍ରତି ୪ ବର୍ଷରେ ଜାତୀୟ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଥାଏ । ଗତଥର ଏନଟିସିଏ ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ୨୦ ଟି ମହାବଳ ବାଘ ରହିଥିଲେ । ତେବେ ଅଭୟାରଣ୍ୟର କୋର୍ ଏରିଆରେ ଲାଗିଥିବା କ୍ୟାମେରା ଚିତ୍ରକୁ ଗ୍ରହଣ କଲେ ବାଘସଂଖ୍ୟା ବୃଦ୍ଧି ପାଇଛି ବୋଲି ଏସ୍‌ଟିଆର୍ କର୍ତ୍ତୃପକ୍ଷ ଜୋର୍ ଦେଉଛନ୍ତି । ଏବେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି ନା ବାଘବଂଶ ହ୍ରାସ ପାଉଛି, ତାହା ଗଣନା ରିପୋର୍ଟ ଆସିଲେ ଜଣାପଡ଼ିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tiger-count-begins-in-shimla-today | Argus News