Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଣିଷ-ବାଘ ଲଢ଼େଇ, ଜିତିଲା ମଣିଷ

Odisha

Tiger Attack / ମଣିଷ-ବାଘ ଲଢ଼େଇ, ଜିତିଲା ମଣିଷ

Rashmita Mishra
Browse all articles by Rashmita Mishra
·4 months ago·2 min read
ମଣିଷ-ବାଘ ଲଢ଼େଇ, ଜିତିଲା ମଣିଷ
Tiger Attack

Key Points

ଅନ୍ଧାର ରାତିରେ ଉପରକୁ ଝାମ୍ପ ମାରିଲା ବିରାଟ ବାଘ
ମୁନିଆ ନଖ ସହ ଦାନ୍ତରେ ଗର୍ଜନ କରି କାମୁଡ଼ି ଚାଲିଲା
କିଛି ଉପାୟ ନପାଇ ବାଘ ସହ ଲଢ଼େଇ କରିଥିଲେ ଯୁବକ ଜଣକ

ଝାମ୍ପ ମାରି ଚାଲିଥାଏ ବାଘ... ମୁଣ୍ଡକୁ ଝାମ୍ପି କାଣି ଆଙ୍ଗୁଠିକୁ କାମୁଡ଼ି ଧରିଥାଏ । ବାଘ ସହ ଯୁବକ ବି ଚିତ୍କାର କରି ଚାଲିଥାନ୍ତି । ବେକକୁ ଧରିବା ପାଇଁ ବାଘ ଆପ୍ରାଣ ଚେଷ୍ଟା କରୁଥାଏ । ଦୁଇ ହାତରେ ବାଘର ଦୁଇ ଗୋଡ଼କୁ ଧରି ଯୁବକ ଜଣକ କରୁଥାନ୍ତି ଲଢ଼େଇ । ରକ୍ତରେ ଭିଜି ଯାଇଥିଲା ଘରର ଚଟାଣ । ବୋହି ଚାଲିଥିଲା ରକ୍ତ, ଆଉ ସେତିକି ବେଳେ ଯୁବକର ହାତରେ ପଡ଼ିଲା ପରିବା କଟା ଛୁରି । ତା'ପରେ ବାଘର ବେଳା ଖରାପ ପଡ଼ିଗଲା । ମଣିଷ ବାଘ ଭିତରେ ଲଢ଼େଇରେ ବାଘ ଉପରେ ଭାରି ପଡ଼ିଛନ୍ତି ଜଣେ ଯୁବକ। ବିଶାଳ ବାଘକୁ ପରିବା କଟା ଛୁରିରେ ଶହେଥର ଭୁସି ବାଘକୁ ମାରି ଦେଇଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ।

ସେହି ଦୃଶ୍ୟକୁ ଦେଖିଲେ ଛାତି ଥରି ଉଠିବ । ରାତିରେ ଘରେ ପଶିଥିଲା ବାଘ। ଯୁଦ୍ଧ ପରେ ଘରେ ମରିକି ପଡ଼ିଛି ବାଘ। ଚାରିଆଡ଼ ଖାଲି ରକ୍ତ ଛିଟାରେ ପରିପୂର୍ଣ୍ଣ ହୋଇ ଯାଇଛି। ବାଘକୁ ଦେଖି ଜାଣି ପାରୁଥିବେ ଲଢ଼େଇ କେତେ ସଂଘର୍ଷପୂର୍ଣ୍ଣ ହୋଇଥିବ। ଡାକ୍ତରଖାନାରେ ପହଞ୍ଚିଛନ୍ତି କ୍ଷତାକ୍ତ ଯୁବକ। ଦେହସାର ବାଘ କାମୁଡ଼ାର ଦାଗ। ନଖ ଦାନ୍ତର ଆଘାତରେ ଯୁବକ ଜଣକ ପୁରା କ୍ଷତାକ୍ତ। ମୁଣ୍ଡ ହାତ, ପେଟ, ଆଙ୍ଗୁଠି ସବୁ କ୍ଷତାକ୍ତ ହୋଇଛି। ବାଘ ସହ ଯୁଦ୍ଧ କରି ବାଘକୁ କରିଛନ୍ତି ପରାସ୍ତ।

ସୂଚନା ମୁତାବକ, ମଣିଷ ନିଜର ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ କରିଥିଲା ଜୋରଦାର ସଂଘର୍ଷ। ଆହତ ଯୁବକ ଶୁଭ୍ରାଂଶୁ ଭୋଳଙ୍କର ଜୟପୁର ଫାର୍ମରେ ରାତି ଅଧରେ ପଶିଥିଲା ବାଘ। ଫାର୍ମେ ପଶି ବାଘ ତାଙ୍କ କୁକୁର ଉପରେ ଆକ୍ରମଣ କରିଥିଲା। ଯାହା ପରେ ଶୁଭ୍ରାଂଶୁ ବାହାରକୁ ଆସି ଦେଖିଲା ବେଳକୁ ବାଘବି ତାଙ୍କ ଉପରକୁ କରିଥିଲା ଆକ୍ରମଣ।

ଝାମ୍ପ ମାରି କରିଚାଲିଥିଲା କ୍ଷତାକ୍ତ। ତଳେ ପଡ଼ି ଯାଇଥିଲେ ଶୁଭ୍ରାଂଶୁ। ବାଘ କବଳରୁ ଖସିବା ପାଇଁ କରୁଥିଲେ ସଂଘର୍ଶ। ଯାହାପରେ ଶୁଭ୍ରାଂଶୁଙ୍କ ହାତରେ ପଡ଼ିଥିଲା ପରିବା କଟା ଛୁରି। ଯେଉଁଥିରେ ନିଜର ଜୀବନକୁ ବଞ୍ଚାଇବାକୁ ଯାଇ ବାଘ ଉପରେ କରିଥିଲେ ବାରମ୍ବାର ଆକ୍ରମଣ। ବାଘ କାମୁଡ଼ୁଥିଲା ଶୁଭ୍ରାଶୁଂ ବି ବାଘର ବେକକୁ ମିରି ଚାଲିଥିଲେ। କିଛି ସମୟ ପରେ ବାଘର ମୃତ୍ୟୁ ହୋଇଥିଲା।

ଆଉ ଯୁବକ ଜଣକ ବାଘ ସହ ଲଢ଼େଇ କରି ଜିତି ଯାଇଥିଲେ। ମୃତ୍ୟୁକୁ ହରାଇ ଦେଇଛନ୍ତି ଶୁଭ୍ରାଂଶୁ । ଆହତ ଯୁବକଙ୍କୁ ଚିକିତ୍ସା ଲାଗି କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ କଲରାପତରିଆ ବାଘକୁ ଜବତ କରିଛି ବନ ବିଭାଗ। ଏମିତି ଖବର ସକାଳ ହେଲା ବଳେକୁ ପୁରା ଓଡ଼ିଶାରେ ଚହଳ ପକାଇ ଦେଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger Attack | Man vs Tiger Fight: Human Survives After Fierce Encounter | Argus News