Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tiger Fear / ପାଦ ଚିହ୍ନ ଚିହ୍ନଟ ପରେ ଅଞ୍ଚଳରେ କୋକୁଆ ଭୟ

Smruti Parija
Browse all articles by Smruti Parija
·9 months ago·1 min read
ପାଦ ଚିହ୍ନ ଚିହ୍ନଟ ପରେ ଅଞ୍ଚଳରେ କୋକୁଆ ଭୟ

Key Points

ଢେଙ୍କାନାଳ କାମାକ୍ଷନଗରରେ ବୁଲୁଛି ମହାବଳ
ପାଦ ଚିହ୍ନ ଚିହ୍ନଟ ପରେ ଅଞ୍ଚଳରେ କୋକୁଆ ଭୟ
ବାଘକୁ କାବୁ କରିବାକୁ ନାକେଦମ୍ ବନବିଭାଗ
ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ଲୋକଙ୍କୁ ବାରଣ

କାମାକ୍ଷାନଗରରେ ମହାବଳ ଆତଙ୍କ । ଷଣ୍ଢକୁ ମାରି ଖାଇଲା ବାଘ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ପାଖ ଜଙ୍ଗଲରେ ବାଘକୁ ନେଇ ଭୟଭୀତ ଅଞ୍ଚଳବାସୀ । ଗତକାଲି ରାତିରେ କାନପୁରା ଗାଁ ପାଖରେ ବାଘ ଯାତାୟାତ କରୁଥିବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।


ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଞ୍ଚଳରେ ମହାବାଳ ବାଘ ଆତଙ୍କ । ୩ରୁ ୪ ଦିନ ହେଲା ବାଘ ବୁଲୁ ଥିବାବେଳେ ଆଜି ଷଣ୍ଢକୁ ମାରି ଖାଇଛି । ଫଳରେ କନ୍ତାରିପାଟ ଗାଁ ପାଖ ଜଙ୍ଗଲରେ ବାଘକୁ ନେଇ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ । ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବାଘର ଗତିବିଧି ଉପରେ ନଜର ରଖିଛି । ଏଥିସହ ଡାକବାଜି ଯନ୍ତ୍ର ଦ୍ବାରା ସ୍ଥାନୀୟ ଲୋକଙ୍କୁ ସତର୍କ କରାଇବା ସହ ଜଙ୍ଗଲ ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଏଥିସହ ଗାଈ, ଗୋରୁ, ଛେଳି, ମେଣ୍ଢାକୁ ଜଙ୍ଗଲକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିଛି । ମହାବଳକୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି କାନପୁରା ଗାଁ ପାଖ ଓଭରବ୍ରିଜ୍ ନିକଟରେ ମହାବଳ ବାଘର ପାଦ ଚିହ୍ନ ଚିହ୍ନଟ କରାଯାଇଥିଲା। କିଛି ଲୋକ ଭୋଜି କରୁଥିବାବେଳେ ବାଘର ଚଳ ପ୍ରଚଳ ଦେଖି ବନବିଭାଗକୁ ଖବର ଦେଇଥିଲେ । ଢେଙ୍କାନାଳ ଡିଏଫଓ ସୁମିତ କରଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା ଚଳାଇଛି ।


ମହାବଳକୁ ଧରିବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଥିବାବେଳେ କେହି ବାଘକୁ ଦେଖିଲେ ଖବର ଦେବା ପାଇଁ ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରଦ୍ବାରା କୁହାଯାଇଛି ।

Related Topics

Explore more stories

Sponsored
Tiger Fear | tiger-is-roaming-around-dhenkanal-kamakhyanagar | Argus News