Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଗଲା ମହାବଳ

Odisha

ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଗଲା ମହାବଳ

Smruti Parija
Browse all articles by Smruti Parija
·2 years ago·1 min read
ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଗଲା ମହାବଳ

ରାୟଗଡା:  ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ତେମ୍ବାଗୁଡା ନିକଟରେ ଏକ ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଗଲା ମହାବଳ । ତେମ୍ବାଗୁଡା ରାଜେସ ରାଓଙ୍କ ଗୁହାଳରୁ ବାଛୁରିକୁ ନେଇ ଖାଇଯାଇଥିଲା ମହାବଳ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । 

ବାଛୁରୀର କିଛି ଗୋଡ ଅଂଶ ପଡିବା ସହ ରକ୍ତ ଛିଟା ଓ ମହାବଳର ପାଦଚିହ୍ନକୁ ଠାବ କରିଛି ଗୁଡାରି ବନ ବିଭାଗ । ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ମହାବଳ । ଫଳରେ ଢେପାଗୁଡା, ପେଣ୍ଡିଲି, ଢେପାଖୁଡା ପ୍ରମୁଖ ଗ୍ରାମଗୁଡିକରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସରକାରୀ ନିୟମ ଅନୁଯାୟୀ କ୍ଷତିପୁରଣ ଦେବାପାଇଁ ବନବିଭାଗ ରେଞ୍ଜର ଦିଲ୍ଲିପ୍ ପଟ୍ଟନାୟକ ସୂଚନା ଦେଇଛନ୍ତି । 

କିଛି ଦିନ ହେବ ମହାବଳ ଗୁଣୁପୁର, ଗୁଡାରି ମୁନିଗୁଡା ବନାଞ୍ଚଳରେ ନାକେଦମ କରିବା ବନ ବିଭାଗ ନିଦ ହଜାଇ ଦେଇଛି । ବର୍ତ୍ତମାନ ବାଘର ପାଦଚିହ୍ନ ଠାବ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ପାଖ ଗ୍ରାମାଞ୍ଚଳ ଗୁଡିକରେ ସଚେତନ କରୁଛି ବନ ବିଭାଗ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tiger-killed-calf-in-raygada-gudari-area | Argus News