Videos
|
Odisha

ଲଖାରି ଅଭୟାରଣ୍ୟକୁ ପୁଣି ଫେରିଛି ମହାବଳ, ଗାଁରେ କୋକୁଆ ଭୟ

Smruti Parija
Browse all articles by Smruti Parija
·1 year ago·1 min read
ଲଖାରି ଅଭୟାରଣ୍ୟକୁ ପୁଣି ଫେରିଛି ମହାବଳ, ଗାଁରେ କୋକୁଆ ଭୟ

ଗଜପତି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଲଖାରି ଅଭୟାରଣ୍ୟକୁ ପୁଣି ଫେରିଛି ମହାବଳ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ପୁରୁଣାପାଣି ପଞ୍ଚାୟତ ଜାନିଆମ୍ବ ଗ୍ରାମ ନିକଟରୁ ଗାଈ ମନ୍ଦାରୁ ଏକ ଗାଈକୁ ଟେକି ନେଇ ଗାଆଁ ଠାରୁ 200 ମିଟର ଦୂରରେ ମାରି ଖାଇଛି ମହାବଳ । 

ସକାଳେ ନିଜ ଗାଈ ମନ୍ଦାରେ ନଥିବା ଦେଖି ଖୋଜାଖୋଜି କରିବା ପରେ ଗାଈର କ୍ଷତ ବିକ୍ଷତ ମୃତଦେହ ନିକଟରେ ଥିବା ଝରଣା ଆରପଟ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ । ଖବର ପାଇ ବନବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଏହା ବାଘ ଆକ୍ରମଣ ଦ୍ଵାରା ହୋଇଥିବା ସନ୍ଦେହ କରିଛନ୍ତି । ଏପରିକି ନଈକୂଳ ବାଲି ଓ କାଦୁଅରେ ପାଦ ଚିହ୍ନ ଦେଖିବାକୁ ମିଳିଛି । 

ଏହା ଜାଣିବାପରେ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ହୋଇ ରହିଥିବାବେଳେ କାନ କଟା ଓ ଖମ୍ବାରି ଗାଆଁ ରାସ୍ତା ଦେଇ କୌଣସି ଲୋକ ଯିବାଆସିବାକୁ ଭୟ କରୁଛନ୍ତି  ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
tiger-killed-cow-in-gajapati | Argus News