ଭାରତରେ ବାଘ ମୃତ୍ୟୁ ହାର ୩୭ ପ୍ରତିଶତକୁ କମିଛି
·1 year ago

ଅର୍ଗସ ବ୍ୟୁରୋ: ଭାରତରେ କମିଛି ବାଘ ମୃତ୍ୟୁ ସଂଖ୍ୟା । ନେସନାଲ୍ ଟାଇଗର୍ କନଜରଭେସନ୍ ଅଥୋରିଟିର ଏକ ରିପୋର୍ଟ ଅନୁସାରେ ଭାରତରେ ବାଘ ମୃତ୍ୟୁ ହାର ୩୭ ପ୍ରତିଶତକୁ କମିଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବାଘ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଛି । ୨୦୨୪ରେ ୧୧୫ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୩ରେ ୧୮୨ ବାଘଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବାଘ ଶିକାର ଉପରେ କଡା ନିୟମ ଲାଗୁ ପରେ ୨୦୨୩ରେ ୧୭ଟି ବାଘ ଶିକାର ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୪କୁ ଆସିଛି । ମୃତ୍ୟୁ ଗଣନାରେ ଉଭୟ ପ୍ରାକୃତିକ ଏବଂ ଅପ୍ରାକୃତିକ କାରଣ ଅନ୍ତର୍ଭୁକ୍ତ । ବାଘ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଥିବା ବେଳେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସର୍ବାଧିକ ବାଘ ମୃତ୍ୟୁ ରେକର୍ଡ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: