Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Leopard Skin Seized: ମହାରାଷ୍ଟ୍ରରୁ ଆସି ଓଡ଼ିଶାରେ ଚାଲିଥିଲା ବାଘ ଛାଲ ଡିଲ୍, ୪ ଗିରଫ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Leopard Skin Seized: ମହାରାଷ୍ଟ୍ରରୁ ଆସି ଓଡ଼ିଶାରେ ଚାଲିଥିଲା ବାଘ ଛାଲ ଡିଲ୍, ୪ ଗିରଫ

Key Points

ମହାରାଷ୍ଟ୍ରରୁ ଓଡ଼ିଶାକୁ ବ୍ୟାପିଥିବା ଏକ ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିଛି ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କଲରାପତରିଆ ବାଘ ଚାଲ ଜବତ କରାଯାଇଛି ।

ରାୟଗଡ଼ା: ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ ବାଘ ଛାଲ ରାକେଟ୍ । ମହାରାଷ୍ଟ୍ରରୁ ଓଡ଼ିଶାକୁ ବ୍ୟାପିଥିବା ଏକ ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିଛି ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କଲରାପତରିଆ ବାଘ ଚାଲ ଜବତ କରାଯାଇଛି ।


ସୂଚନା ଅନୁସାରେ, ଜାତୀୟ ରାଜପଥ ଏନ୍ଏଚ୍-୩୨୬ କୋଲନରା ନିକଟରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିଲା । ବେପାରୀଙ୍କୁ ଟ୍ରେସ୍ କରି ମୁମ୍ବାଇରୁ ରାୟଗଡ଼ାରେ ମାଡ଼ି ବସିଥିଲା ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ଗିରଫଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ତେବେ କଲରାପତରିଆ ବାଘ ଛାଲ ୩ରୁ ୪ ମାସ ତଳର ହୋଇଥିବା କହିଛି ବନ ବିଭାଗ ।


ତେବେ କିଏ ଓ କେଉଁଠି କଲା କଲରାପତରିଆ ଶିକାର ? ସେ ନେଇ ବନ ବିଭାଗ ପାଖରେ ତଥ୍ୟ ନାହିଁ । ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ଦୁଇ ଜଣ ଓ ଗୁଣପୁରର ୨ ଜଣଙ୍କୁ ମାମଲାରେ ଗିରଫ କରିଛି । ଗିରଫମାନେ ହେଲେ ନାଗପୁର ଅଞ୍ଚଳର ପ୍ରଭାକର ନାୟକ, ରାଜ କୁମାର ଗୁପ୍ତା, ଗୁଣପୁର ମାଛଖୁଣ୍ଟିର ମହେଶ ହୁଇକା ଓ ପୁଟାସିଂର ଜିସାୟା ଗମାଙ୍ଗୋ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଲରାପତରିଆ ଛାଲ ଜବତ ସହ ଗିରଫଙ୍କୁ ରାୟଗଡ଼ା ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ତେବେ କେଉଁଠି ହୋଇଛି କଲରାପତରିଆ ଶିକାର ? ଏହି ଆନ୍ତଃରାଜ୍ୟ ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ? କେବଳ ମହାରାଷ୍ଟ୍ର, ଓଡ଼ିଶା ନା ଆଉ କେଉଁ ରାଜ୍ୟକୁ ବ୍ୟାପିଛି ରାକେଟ୍ ? ଏହି ରାକେଟର ନାହିଁ ତ ଅନ୍ତର୍ଜାତୀୟ ଲିଙ୍କ୍ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Tiger Skin Trafficking Racket Busted in Odisha, 4 Arrested in Rayagada | Argus News | Argus News