Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଜପତିରେ ବାଘ ଆତଙ୍କ

Odisha

ଗଜପତିରେ ବାଘ ଆତଙ୍କ

Smruti Parija
Browse all articles by Smruti Parija
·2 years ago·1 min read
ଗଜପତିରେ ବାଘ ଆତଙ୍କ

ଗଜପତି:  ପୁଣି ଥରେ ଗୋଟିଏ ଗାଈକୁ ମାରି ଖାଇଲା ମହାବଳବାଘ । ଗତ ରାତି 8 ଟା ସମୟରେ ରାୟଗଡ ବ୍ଲକ କୁମୁଲୁସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗାଈକୁ ଗୋଟିଏ ମହାବଳ ବାଘ ଖାଇଥିବାର ଫୋଟୋ ଗୋଟିଏ ଟ୍ରାପ କ୍ୟାମେରାରେ କଏଦ ହୋଇଛି I 

ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ରପ୍ରଦେଶର ସାରାଳି  ନିକଟରେ ବୁଲୁଥିବାର ଖବର ରହିଥିଲା I ବର୍ତ୍ତମାନ ସେ ମହାବଳ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି I ଏଥିପାଇଁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି I 

ବାଘ ଉପରେ ନଜର ରଖିବା ପାଇଁ ୭ଜଣ ଲେଖାଏଁ ୫ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ସେହିପରି ଆବଶ୍ୟକୀୟ ସ୍ଥାନରେ ଟ୍ରାପ କ୍ୟାମରେ ମଧ୍ୟ ଖଞ୍ଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସିଏଫ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
tiger-terror-in-gajapati-tiger-killed-one-cow-in-ghumusur-panchayat | Argus News