ଦିଗପହଣ୍ଡି ଖମାରୀ ଗାଁରେ ମହାବଳ ଆତଙ୍କ
·1 year ago

ଅର୍ଗସ ବ୍ୟୁରୋ:ଦିଗପହଣ୍ଡି ବ୍ଳକ ଖମାରୀ ଗାଁରେ ମହାବଳ ଆତଙ୍କ। ସାନଖେମୁଣ୍ଡିରୁ ଗଜପତି ଯାଇଥିବା ମହାବଳ ବାଘ ଏବେ ଦିଗପହଣ୍ଡି ମୁହାଁ I ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ମହାବଳ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ସାନଖେମୁଣ୍ଡିରେ ମହାବଳର ପଦଚିହ୍ନ ସ୍ପଷ୍ଟ ହେବା ପରେ ବାଘଟି ଗଜପତି ଆଡେ ଯାଇଥିଲା କିନ୍ତୁ ଏବେ ଦିଗପହଣ୍ଡି ଘୋଡ଼ାହାଡ଼ ଡ୍ୟାମ ନିକଟସ୍ଥ ପଦ୍ମପୁର ଗାଁ ପାଖ ଜଙ୍ଗଲକୁ ବାଘ ଆସିଥିବା ଦିଗପହଣ୍ଡି ରେଞ୍ଜରଙ୍କ ସୂଚନା I ବନବିଭାଗ ମହାବଳକୁ କାବୁ କରିବାରେ ବିଫଳ ହେଉଛି I ବନବିଭାଗ ପକ୍ଷରୁ ୩ ଟିମ୍ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: