Videos
|
Odisha

Mayurbhanj tiger terror news / ବାଘ ଆତଙ୍କରେ ଥରହର ଗ୍ରାମବାସୀ,ଘରେ ପଶିଥିବା ଅନୁମାନ କରି କବାଟ କିଳି ଜଗି ବସିଛି ବନବିଭାଗ

Bikash Mohanty
Browse all articles by Bikash Mohanty
·1 hour ago·2 min read
ବାଘ ଆତଙ୍କରେ ଥରହର ଗ୍ରାମବାସୀ,ଘରେ ପଶିଥିବା ଅନୁମାନ କରି କବାଟ କିଳି ଜଗି ବସିଛି ବନବିଭାଗ
TIGER

Key Points

ଗାଁରେ ବୁଲୁଛି ମହାବଳ ବାଘ
ବାଘ ଆତଙ୍କରେ ଥରହର ଗ୍ରାମବାସୀ
ମୟୂରଭଞ୍ଜର କରଞ୍ଜିଆ ଖପରଖାଇ ଗାଁରେ ଆତଙ୍କ


କରଞ୍ଜିଆ,୨୫/୦୯: ଘରେ ପଶିଲା ମହାବଳ ବାଘ । ଭୟରେ ପରିବାର ଲୋକେ ।  ଗତକାଲି ରାତିର ନିରବତାକୁ ଚିରି ହଠାତ୍ ଶୁଭିଲା ଅଜଣା ଶବ୍ଦ। ଘର ବାହାରକୁ ନଜର ପକାଇବା ମାତ୍ରେ ପରିବାର ଲୋକଙ୍କ ହୋସ୍ ଉଡ଼ିଗଲା। ଘର ବାଡ଼ିରେ ବସିଥିଲା ଏକ ବିରାଟ ମହାବଳ ବାଘ। କିଛି ସମୟ ପରେ ସେହି ବାଘ ଚାଲିଗଲା ସତ, କିନ୍ତୁ ଆତଙ୍କ ସେତିକିରେ ଥମିଲା ନାହିଁ। ଗାଁର ଆଉ ଏକ ଘର ଭିତରେ ପଶିଗଲା ବାଘ। ଏବେ ଘର ଭିତରେ ବାଘ ଓ ବାହାରେ ଭୟଭୀତ ଗ୍ରାମବାସୀ। ଏଭଳି ଏକ ରୋମାଞ୍ଚକର ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗାଁରେ ଆତଙ୍କ ଖେଳାଇଛି।

ଗତ ତିନି ଦିନ ଧରି ଗାଁରେ ମହାବଳ ବାଘକୁ ନେଇ ଭୟର ବାତାବରଣ ଲାଗି ରହିଛି। ସନ୍ଧ୍ୟା ପରେ ଗାଁରେ ଲୋକଙ୍କ ଚଳପ୍ରଚଳ ପ୍ରାୟ ବନ୍ଦ ହୋଇଯାଇଛି। କେତେବେଳେ, କେଉଁ ଦିଗରୁ ବାଘ ଆସିଯିବ, ତାହାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି। ଗୁରୁବାର ରାତିରେ ଘଟଣା ନେଇଥିଲା ନୂଆ ମୋଡ଼। ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରେ ହଠାତ୍ ନଜର ପଡ଼ିଥିଲା ମହାବଳ ବାଘ ଉପରେ। ଘର ନିକଟରେ ଏତେ ବଡ଼ ବାଘକୁ ଦେଖି ପରିବାର ଲୋକଙ୍କ ଅବସ୍ଥା ଭୟରେ କମ୍ପି ଉଠିଥିଲା। କେହି ବାହାରକୁ ବାହାରିବାକୁ ସାହସ କରିନଥିଲେ। ଘର ଭିତରେ ରହି ବନ ବିଭାଗକୁ ଖବର ଦେଇଥିଲେ।

ପଢନ୍ତୁ ଏହି ଖବର: ପ୍ରବଳ ବର୍ଷାକୁ ନେଇ ବଡ଼ ନିଷ୍ପତ୍ତି, ୮ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

ଖବର ପାଇବା ପରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବାଘର ଗତିବିଧି ଉପରେ ନଜର ରଖିବା ସହ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ଘରର ଲାଇଟ୍ ବନ୍ଦ କରାଯାଇଥିଲା। ଏହାପରେ କିଛି ସମୟ ପରେ ବାଘଟି ସେଠାରୁ ଚାଲିଯାଇଥିଲା। କିନ୍ତୁ ବାଘ ଚାଲିଯିବା ପରେ ଗ୍ରାମବାସୀ ଆଶ୍ୱସ୍ତ ହେବା ପୂର୍ବରୁ ଆସିଥିଲା ଆଉ ଏକ ବଡ଼ ଖବର। ବାଘଟି ଗାଁର ଅନ୍ୟ ଜଣଙ୍କ ଘର ଭିତରେ ପଶିଯାଇଥିଲା। ଘଟଣାଟି ପ୍ରଘଟ ହେବା ପରେ ପୂରା ଗାଁରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଘର ଭିତରେ ରହିଥିବା ବେଳେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ମହାବଳକୁ ବାହାର କରିବା ପାଇଁ କସରତ ଆରମ୍ଭ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ରୋମାଞ୍ଚକର କଥା ହେଉଛି, ବନ ବିଭାଗର ଟିମ୍ ଘଟଣାସ୍ଥଳରେ ଥିଲେ ମଧ୍ୟ ଏଯାଏଁ ବାଘଟି ଘର ଭିତରୁ ବାହାରିନଥିବା ସୂଚନା ମିଳିଛି। ଘର ଭିତରେ କେଉଁଠି ବାଘଟି ଲୁଚି ରହିଛି, ତାହା ନେଇ ମଧ୍ୟ ଉତ୍କଣ୍ଠା ବଢ଼ିଛି। ଅନ୍ୟପଟେ ବାଘକୁ ସୁରକ୍ଷିତ ଭାବେ ଘରୁ ବାହାର କରିବା ପାଇଁ ବନ ବିଭାଗ ଟିମ୍ ପ୍ରୟାସ ଜାରି ରଖିଛି। ଗୋଟିଏ ପଟେ ଘର ଭିତରେ ଲୁଚି ରହିଛି ମହାବଳ, ଅନ୍ୟପଟେ ଘର ବାହାରେ ଅପେକ୍ଷା କରୁଛନ୍ତି ବନ କର୍ମଚାରୀ ଓ ଭୟଭୀତ ଗ୍ରାମବାସୀ। ବାଘ କେତେବେଳେ ବାହାରିବ ଏବଂ କିପରି ତାକୁ ସୁରକ୍ଷିତ ଭାବେ ଜଙ୍ଗଲ ମୁହାଁ କରାଯିବ, ତାହା ଉପରେ ସମସ୍ତଙ୍କ ନଜର। ତିନି ଦିନ ଧରି ମହାବଳର ଆତଙ୍କରେ ରହିଥିବା ଖପରଖାଇ ଗାଁରେ ଏହି ଘଟଣା ପରେ ଭୟ ଆହୁରି ବଢ଼ିଛି। ରାତି ପାହିବା ପର୍ଯ୍ୟନ୍ତ ଗାଁରେ ଲୋକଙ୍କ ଆଖିରୁ ନିଦ ହଜିଯାଇଥିବା ବେଳେ, ମହାବଳକୁ ନେଇ ଜାରି ରହିଛି ଚିନ୍ତା ଓ ଉତ୍କଣ୍ଠା।