Videos
|
Odisha

ମହାରାଷ୍ଟ୍ର ତଡବା ଆନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିବ ବାଘୁଣୀ

Smruti Parija
Browse all articles by Smruti Parija
·1 year ago·1 min read
ମହାରାଷ୍ଟ୍ର ତଡବା ଆନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିବ ବାଘୁଣୀ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ଦ୍ୱିତୀୟ ମହାବଳ ବାଘୁଣୀକୁ ଆଣିବା ପାଇଁ ବନବିଭାଗର ଅଧିକାରୀମାନେ ମହାରାଷ୍ଟ୍ର ରାଜ୍ୟ ତଡବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପହଂଚିଛନ୍ତି । ଏ.ସି.ଏଫ୍ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍ ଜଙ୍ଗଲରେ କ୍ୟାମ୍ପ କରି ମିଳିତ ବାଘୁଣୀକୁ ଧରିବା ସହ ଆଣିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । 


ଯମୁନା ପରେ ଅନ୍ୟ ଏକ ବାଘୁଣୀକୁ ଆଣିବା ପାଇଁ ବନବିଭାର କର୍ମଚାରୀଙ୍କ ସହ ଡାକ୍ତରୀ ଦଳ ତଡବା ଜଙ୍ଗଲରେ ପହଂଚିଛନ୍ତି । ଏଥିରେ ପ୍ରାଣୀ ଚିକିତ୍ସକ ତା ଅଭିଳାଶ ଆଚାର୍ଯ୍ୟ, ଡେପୁଟୀ ରେଞ୍ଜ ଅଧିକାରୀ ଦୀପ୍ତିମାନ ପଣ୍ଡା ଓ ଅବଶିଷ୍ଟ ସ୍କ୍ବାର୍ଡ ସଦସ୍ୟମାନେ ଅପରେସନରେ ସାମିଲ ରହିଛନ୍ତି । 


ତେବେ ଯମୁନାକୁ ସ୍ଥାନାନ୍ତର କରିବାରେ ବନବିଭାଗ ସଫଳ ହୋଇଥିବା ବେଳେ ଅନ୍ୟ ଏକ ବାଘୁଣୀ ଖୁବଶୀଘ୍ର ଶିମିଳିପାଳରେ ପହଂଚିବ ବୋଲି ଜଣାପଡିଛି । ଶିମିଳିପାଳରେ ବାଘ ବଂଶ ବୃଦ୍ଧିରେ ଦୁଇ ବାଘୁଣୀ ସହାୟକ ହେବେ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
tiger will come-to-odisha from Maharashtra Tadba Anhari Tiger Conservation Project | Argus News