Videos
|
Odisha

ହନୁମାନ ଜୟନ୍ତୀ, ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି

Smruti Parija
Browse all articles by Smruti Parija
·1 year ago·1 min read
ହନୁମାନ ଜୟନ୍ତୀ, ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାତି ପାହିଲେ ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଆଇନଶୃଙ୍ଖଳା ଦାୟିତ୍ବରେ ୨୦୦ ପ୍ଲାଟୁନ୍ ଫୋର୍ସ ରହିବେ। ମୁଖ୍ୟ ଶାସନ ସଚିବ, ଡିଜି, ଜିଲ୍ଲା ଏସପି, ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ପଶ୍ଚିମ, ପୂର୍ବ ଓ ଉତ୍ତର ଓଡ଼ିଶାରେ ଏହି ପର୍ବ ପାଳନ କରାଯାଉଥିବାବେଳେ ୯ଟି ଜିଲ୍ଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ନଜର ରଖିବ ୪୦ ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା । ଅସାମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରହିଛି ।


ସମ୍ବଲପୁର, ଝାରସୁଗୁଡା, ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର କଟକ ସୁନ୍ଦରଗଡ଼ରେ ନଜର ରଖିଛି ପୋଲିସ । ସମ୍ବଲପୁରରେ ସ୍ଥିତି ସମୀକ୍ଷା କରିଛନ୍ତି ଓଡ଼ିଶା ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ ଓ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ।.. ସହରର ୧୦ଟି ସ୍ଥାନରେ ବଡ LED ସ୍କ୍ରିନ୍ ସହ CCTV ଲାଇଭ୍ ଫୁଟେଜ୍ ଚାଲିବ । ୫୩ ପ୍ଲାଟୁନ ଓଡିଶା ପୋଲିସ ଫୋର୍ସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ନିୟୋଜିତ ରହିବେ । ସୋସିଆଲ ମିଡିଆ ଉପରେ ପୋଲିସ ନଜର ରଖିଛି । ଯେଉଁମାନେ ଗୁଜବ ସୃଷ୍ଟି କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



tight-security-across-all-over-odisha-on-hanuman-jayanti | Argus News