ବାଲେଶ୍ବର ଜଳପଥରେ କଡ଼ା ସୁରକ୍ଷା

ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଜଳପଥରେ ଚେକିଂ ସହ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ସଜାଗ କରାଉଛି ପୋଲିସ। ୩ ଦିନ ଧରି ଭାରତ ଆତଙ୍କୀ ଉପରେ ପ୍ରତିଶୋଧ ନେଉଥିବା ବେଳେ ଭାରତର ବିଭିନ୍ନ ସୀମା ବର୍ତ୍ତୀ ରାଜ୍ୟ ଗୁଡିକରେ ସୀମାରେ କଡାକଡ଼ି ଚେକିଂ କରାଯାଉଛି । ଏହାକୁ ନେଇ ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗକୁ ଲାଗିରହିଥିବା ବଙ୍ଗୋପସାଗର କୂଳ ଭୋଗରାଇର ଉଦୟପୁର ଓ ତାଳସାରୀ ଜଳପଥରେ ସମସ୍ତଙ୍କୁ ସଚେତନ କରାଉଛନ୍ତି ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ଓ ଇଣ୍ଡିଆନ ନେଭି ଅଫିସର ମାନେ। ଭୋଗରାଇକୁ ଲାଗିଥିବା ବଙ୍ଗୋପସାଗରକୁ ଲାଗି ରହିଥିବା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର କୀର୍ତ୍ତନିଆ ଆଦି ଜଳପଥରେ ବର୍ଟ ଯୋଗେ ପାଟଲିଂ କରି କଡ଼ା ଚେକିଂ କରାଯାଉଛି ।
ଜଳପଥରେ ହାଇଆଲର୍ଟ। ୮ ମିଟର ଡଙ୍ଗା ଗୁଡିକ ମାଛ ଧରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ କଡ଼ାକଡ଼ି ଚେକିଂ କରାଯାଉଛି। ସମୁଦ୍ରରେ ଥିବା ଆଇଲାଣ୍ଡ ଗୁଡିକ ତନତନ କରି ଯାଞ୍ଚ କରାଯାଉଥିବା ବେଳେ ମାଛଧରା ଡଙ୍ଗା ପାଖକୁ ବୋଟ ଯିବାର ସୁବିଧା ନଥିବା ବେଳେ ନୌସନା ଅଧିକାରୀ ମାନେ ପାଣିରେ ପହଁରି ପହଁରି ଡଙ୍ଗାକୁ ଚେକ କରୁଛନ୍ତି। ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତରେ ତାଳସାରି ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ବଙ୍ଗଳାଦେଶ। ସେଥି ପାଇଁ ତାଳସାରି ଉଦୟପୁରକୁ ହାଇଆଲର୍ଟ କରାଯାଇଛି।