Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଯାଏଁ ଅଂଶୁଘାତରେ ଯାଇଛି 41 ଜୀବନ-ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Smruti Parija
Browse all articles by Smruti Parija
·2 years ago·1 min read
ଏଯାଏଁ ଅଂଶୁଘାତରେ ଯାଇଛି 41 ଜୀବନ-ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ହିଟଓ୍ବେଭ୍ ଜନିତ ମୃତ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଏଯାଏଁ ଅଂଶୁଘାତରେ ଯାଇଛି 41 ଜୀବନ । ବାକି 73 ମୃତ୍ୟୁର ଚାଲିଛି ତଦନ୍ତ ।  ଏସଆରସିଙ୍କ ରିପୋର୍ଟ ଅନୁାଯାୟୀ କିଛି ମୃତଦେହ ପରିବାର ଲୋକ ପୋଷ୍ଟମର୍ଟମ ନକରି ନେଇ ଯାଇଛନ୍ତି । ତେବେ ଗତକାଲି 16 ହିଟୱେଭ୍ ମାମଲା ଆସିଛି । ଚଳିତ ବର୍ଷ ଏ ଯାଏଁ 2269 ହିଟୱେଭ୍ ରୋଗୀ ଚିକିତ୍ସା ପାଇଛନ୍ତି । ଗତ ମାସ 22 ଓ 30 ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ଯଶବନ୍ତପୁରର ଗାଁରୁ ଆନ୍ଥ୍ରାକ୍ସ ମାମଲା ଆସିଥିଲା । ପ୍ରଥମ ଗାଁରୁ ଦୁଇଟି ଓ ଅନ୍ୟ ଗାଁରୁ ତିନୋଟି ମାମଲା ଆସିଥିଲା । 11 ମାମଲାରୁ 2ଟି ଆନ୍ଥ୍ରାକ୍ସ ରୋଗୀ ଚି଼ହ୍ନଟ ହୋଇଛନ୍ତି । 

ବାକି ସାମ୍ପୁଲର ରିପୋର୍ଟ ଆସିନି । ରାପିଡ଼ ଆକ୍ସନ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି । ତେବେ ଚଳିତ ବର୍ଷ ଆଗୁଆ ବର୍ଷା ହୋଇଛି । ଏଯାଏଁ 235 ଡେଙ୍ଗୁ ରୋଗୀ ଅଛନ୍ତି ଗତକାଲି 3 ରୋଗୀ ଚି଼ହ୍ନଟ ହୋଇନ୍ତି । ସେଥିରୁ ଦୁଇଟି ପୁରୀ ଓ ଭୁବନେଶ୍ୱରରୁ ଗୋଟେ ରୋଗୀ ଅଛନ୍ତି । ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଦିଆଯାଇଛି । ସର୍ବାଧିକ ରୋଗୀ ଖୋର୍ଦ୍ଧା, ମାଲକାନଗିରି ଓ ପୁରୀରୁ ଆସିଛି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ୍ ଉପଲବ୍ଧ କରିବାକୁ କୁହାଯାଇଛି । 

ଏ ନେଇ ହସ୍ପିଟାଲ ଗୁଡିକୁ ପ୍ରଶିକ୍ଷଣ ଦିଆଯାଇଛି । କଟକ,ଖୋର୍ଦ୍ଧା,ପୁରୀକୁ ଅଧିକ ଆଲର୍ଟ ରହିବାକୁ କୁହାଯାଇଛି । କଟକରେ 19, ଖୋର୍ଦ୍ଧାରେ 65, 17 ମାଲକାନଗିରିରୁ ଓ ସୁନ୍ଦରଗଡ଼ରୁ 10 ରୁ 12 ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି ।  ସହରରେ ଡେଙ୍ଗୁ ଅଧିକ ହେବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଚଳିତ ବର୍ଷ ଏ ଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
till-date-41-people-died-in-sunstroke-confirmed-health-director-of-public-health | Argus News