ଜନଶୁଣାଣିରେ ୧୦ ହଜାର ଲୋକଙ୍କ ସମସ୍ୟା ସମାଧନ କଲେଣି ମୁଖ୍ୟମନ୍ତ୍ରୀ

Key Points
ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ୭ ଜଣ ମନ୍ତ୍ରୀ ଓ ଅଧିକାରୀ ଅଭିଯୋଗ ଶୁଣୁଛନ୍ତି ।
୧୧ଟି ପାଳିରେ ମୋଟ ୧୦,୮୯୪ ଜଣଙ୍କ ଅଭିଯୋଗ ମଧ୍ୟରୁ ୧୦ ହଜାର ୧୩୨ ଜଣଙ୍କ ଅଭିଯୋଗ ସମାଧାନ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାଦଶ ଅଭିଯୋଗ ଶୁଶାଣି ଆଜି ଶେଷ ହୋଇଛି । ଭୁବନେଶ୍ବରରେ ୧୧ ଥର ଓ ସମ୍ବଲପୁରରେ ଥରେ ଅଭିଯୋଗ ଶୁଣାଣି ହୋଇଛି । ରାଜଧାନୀ ବାହାରେ ପୂର୍ବରୁ ଶୁଶାଣି ହୋଇଛି । ଆଗକୁ ଅନ୍ୟ ଜିଲ୍ଲାରେ ହେବ । ପ୍ରତିଥର ହଜାରେ ଲୋକଙ୍କ ଅଭିଯୋଗ ଶୁଶାଣି ପାଇଁ ବ୍ୟବସ୍ଥା କରାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ୭ ଜଣ ମନ୍ତ୍ରୀ ଓ ଅଧିକାରୀ ଅଭିଯୋଗ ଶୁଣୁଛନ୍ତି । ମୋଟ ୩୮ ଜଣଙ୍କୁ ତୁରନ୍ତ ୪୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିସାରିଛି । ଆଜି ମଧ୍ୟ ୧୦ ଜଣଙ୍କୁ ୯ ଲକ୍ଷ ୫୦ ହଜାର ଟଙ୍କା ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ପ୍ରଦାନ କରାଯାଇଛି । ସେ କ୍ରମରେ ୧୧ ଟି ପାଳିରେ ମୋଟ ୧୦ ହଜାର ୮୯୪ ଜଣଙ୍କ ଅଭିଯୋଗ ମଧ୍ୟରୁ ୧୦ ହଜାର ୧୩୨ ଜଣଙ୍କ ଅଭିଯୋଗ ସମାଧାନ ହୋଇଛି । ଅର୍ଥାତ୍ ୯୩ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି । ଆଗାମୀ ଜନ ଶୁଣାଣି ଭୁବନେଶ୍ବର ବାହାରେ କଳାହାଣ୍ଡି ଭବାନୀପାଟଣାରେ ହେବା ନେଇ ଆପାତ୍ତହ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।