Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଯାଏଁ ନିର୍ମାଣ ହୋଇପାରିଲାନି ପକ୍କା ରାସ୍ତା

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜି ଯାଏଁ ନିର୍ମାଣ ହୋଇପାରିଲାନି ପକ୍କା ରାସ୍ତା

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବଡପଳାଶପାଳ ପଞ୍ଚାୟତର ମୂଖ୍ୟାଳୟ ଠାରୁ ଧଳପୁର ପର୍ଯ୍ୟନ୍ତ ପାଖାପାଖି ପାଞ୍ଚ କିଲୋମିଟର ରାସ୍ତା ।  ରାସ୍ତା ନୁହେଁ ତ ସତେ ମରଣଯନ୍ତା। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ଗାଡ଼ିମଟର ଯିବା ତ ଦୂରର କଥା ସାମାନ୍ୟ ବର୍ଷା ହେଲେ ଚାଲିକି ଯିବା ବ ଅସମ୍ଭବ। ଏହି କାଦୁଅ ପଚପଚ ଖାଲଖମାରେ ଭର୍ତ୍ତି ରାସ୍ତା ଉପରେ ଚାରି ପାଞ୍ଚ ଗୋଟି ସାହିର ପାଖାପାଖି ଏକହଜାରରୁ ଅଧିକ ଲୋକେ ନିର୍ଭର କରିଥାନ୍ତି। ପଞ୍ଚାୟତ ମୂଖ୍ୟାଳୟ ହେଉ ଅବା, ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଏପରିକି ଏହି ରାସ୍ତା ଦେଇ ସବୁଦିନ ଡାକ୍ତର ଖାନାକୁ ଆସିଥାନ୍ତି ଲୋକେ। କାଦୁଅ ସରସର ରାସ୍ତାରେ ସ୍କୁଲ ଯାନ୍ତି ଛାତ୍ରଛାତ୍ରୀ। ରାସ୍ତାର ଦୁରାବସ୍ତା ଯୋଗୁଁ ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଯାଇପାରେନି। ଫଳରେ ରୋଗୀ,ଗର୍ଭବତୀ ମାନଙ୍କୁ ଖଟିଆରେ ବୋହିନେବାକୁ ପଡେ।

କେବଳ ନିର୍ବାଚନ ଆସିଲେ ଅଞ୍ଚଳରେ ନେତା ମନ୍ତ୍ରୀଙ୍କ ପାଦ ପଡେ କିନ୍ତୁ ନିର୍ବାଚନ ସରିଲେ ପ୍ରତିଶ୍ରୁତି ପାଲଟେ ପ୍ରତାରଣା।  ବିଗତସରକାରରେ ରାସ୍ତା ନିର୍ମାଣ ପାଇଁ ଟଙ୍କାଟିଏ  ଅନୁଦାନ ଦେଇ ନଥିବା ବେଳେ ରାସ୍ତାରେ ମାଟି ମୁଠାଏ ପଡି ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।  ରାସ୍ତାକୁ ସମସ୍ୟା ନେଇ ଅନେକ ଥର ଜିଲ୍ଲା ପ୍ରଶାସନ ଠୁଁ ବ୍ଲକ ପ୍ରଶାସନ ଯାଏଁ ଦାବି ସତ୍ବେ ମଧ୍ୟ ଫଳଶୂନ ରହିଛି।  ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ପାଞ୍ଚ ଶହ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ନିଜେ କୋଡି କୋଦାଳ ଧରି ରାସ୍ତା ମରାମତି କରିଛନ୍ତି। 

 ୨୪ ବର୍ଷ ଶାାସନରେ ବିକାଶର ଡିଣ୍ଡୋରା ପିଟୁଥିବା ସରକାରର ଏହା ଥିଲା ବାସ୍ତବିତ ଚିତ୍ର।  ୨୪ ବର୍ଷ ମଧ୍ୟରେ ଗାଁକୁ ସଂଯୋଗ ହୋଇପାରିଲାନି ଖଣ୍ଡେ ପକ୍କା ରାସ୍ତା। ଏବେ ବଦଳିଛି ସରକାର। ନୂଆ ସରକାର ସମସ୍ୟାର ସମାଧାନ କରିବେ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Till now no paved road has been built | Argus News