|
logo
Live

Argus News - CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ଟିନା ରଥ: ''ମୁଁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରେ''

Odisha

CBSE Topper / CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ଟିନା ରଥ: ''ମୁଁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରେ''

Rashmita Mishra
Browse all articles by Rashmita Mishra
·4 days ago·2 min read
CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ଟିନା ରଥ: ''ମୁଁ ୧୦ ରୁ  ୧୨ ଘଣ୍ଟା  ପରିଶ୍ରମ କରେ''
CBSE Topper

Key Points

୫୦୦ରୁ ୫୦୦
ଗୋଟିଏ ମାର୍କ କେହି କାଟିପରିଲେନି । 
CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ଟିନା ରଥ । 
''ମୁଁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରେ'': ଟିନା ରଥ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି । CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଛନ୍ତି ଟିନା ରଥ । ପୁରୀ mothers public schoolରେ ପାଠ ପଢୁଥିବା ଝିଅ ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ । ପିଲାବେଳୁ ପାଠରେ ବହୁତ ମନ ଲାଗୁଥିବା ସେ କହିଛନ୍ତି । ଘରେ ବାପା, ମା'ଙ୍କର ବଡ଼ ଝିଅ ।

ଗତକାଲି ରେଜଲ୍ଟ ପ୍ରକାଶ ପାଇବା ପରେ ପରିବାରରେ ବେଶ୍ ଖୁସିର ମାହୋଲ । ପ୍ରଥମେ ମହାପ୍ରଭୁଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଟିନା । ଏକଥା ବି କହିଛନ୍ତି ଯେ ପ୍ରତିଦିନ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରନ୍ତି । ଆଗାମୀ ଦିନରେ ଡାକ୍ତର ହେବାକୁ ସେ ସ୍ଵପ୍ନ ଦେଖୁଛନ୍ତି । ଗରିବ ଲୋକଙ୍କୁ ଅଳ୍ପ ପଇସାରେ ସେବା ଯୋଗାଇବା ପାଇଁ ରହିଛି ଲକ୍ଷ୍ୟ । ୨ୟ ବୋର୍ଡ଼ ନେଇ ସରକାରଙ୍କ ପଦକ୍ଷେପକୁ ଉଚିତ୍ ବୋଲି କହିଛନ୍ତି । ଯେଉଁ ପରୀକ୍ଷାର୍ଥୀ ମାନେ ଚାହିଁବେ ଆଉ ଥରେ ପରୀକ୍ଷା ଦେଇ ଭଲ ମାର୍କ ରଖିପାରିବେ।

ସେପଟେ ଟିନାଙ୍କ ବାପା, ମା' ମହାପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ୍ ଦେଇ କହିଛନ୍ତି ଝିଅ ଯାହା ଆଗାମୀ ଦିନରେ ହେବାକୁ ଲକ୍ଷ୍ୟ ରଖିଛି ସେ ପାଇଁ ସେମାନେ ସାହାଯ୍ୟ ସହଯୋଗ କରିବେ । ସବୁ କିଛି ଜଗା ପାଇଁ ସମ୍ଭବ ହୋଇପାରିଛି ।

ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ଘଟିଛି। ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍‌ହାର ୯୩.୭୦% ହୋଇଛି, ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ । ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍‌ କରିଛନ୍ତି ।

ଓଡ଼ିଶାରେ ପରୀକ୍ଷା ଦେବାକୁ ୭୪୧ ବିଦ୍ୟାଳୟର ୬୫ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୪ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୦ ହଜାର ୭୮୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୩.୬୬% ହୋଇଛି। ପରୀକ୍ଷା ଦେଇଥିବା ୩୪ ହଜାର ୫୧୨ ଜଣ ଛାତ୍ରଙ୍କ ମଧ୍ୟରୁ ୩୧ ହଜାର ୯୭୧ ଜଣ ଓ ୩୦ ହଜାର ୩୮୮ ଛାତ୍ରୀଙ୍କ ମଧ୍ୟରୁ ୨୮ ହଜାର ୮୧୭ ଜଣ ପାସ୍‌ କରିଛନ୍ତି ।

ଛାତ୍ରଙ୍କ ପାସ୍‌ହାର ୯୨.୬୦% ଓ ଛାତ୍ରୀଙ୍କ ପାସ୍‌ହାର ୯୪.୮୩% ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୯ ହଜାର ୨୬୦ ଜଣଙ୍କ ମଧ୍ୟରୁ ୧୮ ହଜାର ୧୫୧ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୪.୨୪% ହୋଇଛି। ସ୍ବାଧୀନ ଭାବେ ଅର୍ଥାତ୍‌ ବେସରକାରୀ ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୩୭ ହଜାର ୮୭୧ ଜଣଙ୍କ ମଧ୍ୟରୁ ୩୪ ହଜାର ୯୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୨.୩୮% ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBSE Topper: CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ଟିନା ରଥ: ''ମୁଁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରେ'' | Argus News