Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଏଟ ଓ ଜିମ୍ ଯାଇ ଯାଇ ଥକି ପଡିଲେଣି କି ? 

Manini Pattanayak
Browse all articles by Manini Pattanayak
·1 year ago·2 min read
ଡାଏଟ ଓ ଜିମ୍ ଯାଇ ଯାଇ ଥକି ପଡିଲେଣି କି ? 

ନୂଆଦିଲ୍ଲୀ: ଡାଏଟ ଓ ଜିମ୍ ଯାଇ ଯାଇ ଥକି ପଡିଲେଣି କି ? କେମିତି କମାଇବେ ମୋଟାପଣ ?   ଏବେ ଦୂର ହେବ ଚିନ୍ତା । କାହିଁକି ନା ଏସ୍ଥେଟିକ୍ସ ଡକ୍ଟର ସମ୍ପଦା ସେଠିୟା ଆଣିଛନ୍ତି ନୂଆ ଆଡଭାନ୍ସ ଏମରାଲ୍ଡ ଟ୍ରିଟମେଣ୍ଟ। ଯାହା ଓଡ଼ିଶାରେ ପ୍ରଥମ । ଏହି ଟ୍ରିଟମେଣ୍ଟରେ ନା ଅଛି ଯନ୍ତ୍ରଣା, ନା କୌଣସି ସାଇଡ ଇଫେଟ । ମାତ୍ର ୩ ମାସ ମଧ୍ୟରେ କମିବ ମେଦ ବହୁଳତା। ଆଉ ଆପଣ ଦେଖାଯିବେ ସମ୍ପୂର୍ଣ ଫିଟ୍ । ଏହି ଚିକିତ୍ସା ପ୍ରକ୍ରିୟା  ପେଟ, କମର ଏବଂ ଜଂଘ ଭଳି ସ୍ଥାନରେ ଜମି ରହିଥିବା ଫ୍ୟାଟ୍ ଉପରେ ବ୍ୟବହାର କରାଯାଉଥିବା ବେଳେ ଚର୍ବି ହ୍ରାସ କରିବାର ଏକ ପ୍ରାକୃତିକ ବିକଳ୍ପ। ଓଡିଶାବାସୀଙ୍କୁ ଏହି ଟ୍ରିଟମେଣ୍ଟ ପାଇଁ ବାହାରକୁ ଯିବାକୁ ପଡିବନି। କମ୍ ମୂଲ୍ୟରେ ୟୁବିୟୁରେ ଏହି ଚିକିତ୍ସା କରାଇପାରିବେ ବୋଲି କହିଛନ୍ତି ଡକ୍ଟର ସମ୍ପଦା ସେଠିୟା।
 ଏମରାଲ୍ଡ ଫ୍ୟାଟ ଲସ୍ ଟ୍ରିଟମେଣ୍ଟ ହେଉଛି ଏକମାତ୍ର ଏଫଡିଏ ଦ୍ବାରା ଅନୁମୋଦିତ ଚିକିତ୍ସା ଶୈଳୀ। ଯାହା ୪୦ ବିଏମଆଇ ଉପରେ ରହିଥିବା ବ୍ୟକ୍ତିମାନଙ୍କରେ ବି ଶରୀରର ଫ୍ୟାଟକୁ ହ୍ରାସ କରିବା ଦିଗରେ ସହାୟତା କରେ ଏବଂ ସେଲ୍ୟୁଲାଇଟ୍ କମାଇବାରେ ସମର୍ଥ ।

ପୂର୍ବରୁ ପ୍ରଚଳିତ ଫ୍ୟାଟ ହ୍ରାସ କରିବା ଉପାୟ ଗୁଡିକ, ଯାହା ଫ୍ୟାଟ କଣିକାକୁ ଧ୍ୱଂସ କରିବା ଉପରେ ଧ୍ୟାନ ଦେଇଥାଏ। ଏମରାଲ୍ଡ ଲେଜର୍ ଅଣକ୍ଷତିକାରୀ ଆଲୋକର ଶକ୍ତିକୁ ବ୍ୟବହାର କରେ । ଯାହା ମାଧ୍ୟମରେ ଶରୀରର ବ୍ୟାଡ ଫ୍ୟାଟ ଲିମ୍ଫାଟିକ୍ ସିଷ୍ଟମ୍ ଦ୍ୱାରା ସ୍ବାଭାବିକ ଭାବରେ ବାହାରକୁ ଯାଏ। ଏମାରାଲ୍ଡ ଫ୍ୟାଟ କଣିକାକୁ ସ୍ୱାଭାବିକ ସ୍ବାସ୍ଥ୍ୟକୁ ଫେରାଇବାକୁ ଏବଂ ଏହାର ହରମୋନ୍ ରିସ୍ପୋନ୍ସକୁ ସୁଧାରିବା ପାଇଁ ଆବଶ୍ୟକ ପ୍ରତିକ୍ରିୟା ସୃଷ୍ଟି କରେ, ଯାହା ଫ୍ୟାଟ୍ ପୁନଉର୍ପାଦନକୁ ଅଟକାଇଥାଏ। ଏହି ନୂତନ କୌଶଳ ଫ୍ୟାଟ୍ କଣିକାକୁ ଧ୍ୱଂସ କରିବା ବଦଳରେ ତାହାକୁ ଶୁଖାଇ ଦିଏ, ଯାହା ବିନା କୌଣସି ପ୍ରତିକୂଳ ପ୍ରଭାବରେ ସ୍ୱାଭାବିକ ଭାବରେ ସେଲ୍ ର ଗୁଣାତ୍ମକ ଉନ୍ନତି କରିଥାଏ।ଏହି ଚିକିତ୍ସା ଆମ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବାର ଲକ୍ଷ୍ୟ ସହିତ ସମ୍ପୃକ୍ତ, ଯାହା ଦେହକୁ ସ୍ୱାଭାବିକ ଭାବରେ ନବୀକରଣ କରିବାରେ ଏବଂ ପୁନଉତ୍ପାଦନ କରିବାରେ ସକ୍ଷମ ହୋଇଥାଏ ।  ଓଡ଼ିଶାରେ ଏହି ଚିକିତ୍ସା ପ୍ରଥମ ହୋଇଥିବା ହେଲେ ଲୋକେ ଏହି ଚିକିତ୍ସା କୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। 

 ଅଧିକ ଦେଖନ୍ତୁ :  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tired of dieting and going to the gym? | Argus News